ରାଜ୍ୟରେ ଗଠନ ହେବା ଦରକାର ପୁରୁଷ କମିଶନ । ପିତୃମାତୃ କମିଶନ ମଧ୍ୟ ଜରୁରୀ 

ଭୁବନେଶ୍ୱର(ରାଜ୍ୟକାହାଣୀ) ପୁରୁଷ କମିଶନ ହେବା ନିତ୍ୟାନ୍ତ ଆବଶ୍ୟକ । ମହିଳା କମିଶନ ସ୍ଵାଗତଯୋଗ୍ୟ କିନ୍ତୁ ମହିଳା କମିଶନ ଯୋଗୁଁ ପୁରୁଷ ନିର୍ଯାତନା ବଢ଼ି ଚାଲିଛି । ଏହି ନିକଟରେ ଜଣେ ଇଂଜିନିୟର ଅତୁଲ ସୁବାଷଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ବିବାହ ବିଚ୍ଛେଦ ପରେ ବି କିପରି ସ୍ତ୍ରୀ ଜଣଙ୍କ ନିଜ ସ୍ବାମୀଙ୍କ ଉପରେ ଅତ୍ୟାଚାର କରୁଥିଲେ, ଯେଉଁଥିରେ ଅତିଷ୍ଠ ହୋଇ ଶେଷରେ ଜୀବନ ହାରିଥିଲେ ଅତୁଲ । ଖାଲି ଅତୁଲଙ୍କ ଘଟଣା ନୁହେଁ, ବିଭିନ୍ନ ସ୍ଥାନରେ ପୁରୁଷଙ୍କୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି । କିନ୍ତୁ ସମାଜ ପ୍ରଥମେ ଏଥିରେ ପୁରୁଷଟିର ଭୁଲ୍ ହିଁ ଖୋଜିଥାଏ । ଯେଉଁ କାରଣରୁ ବେଳେ ବେଳେ ଦୋଷ ନଥାଇ ମଧ୍ୟ ବଳି ପଡନ୍ତି ପୁରୁଷ । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି ବାବା ବଳିଆ ।ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ଦେଇଛନ୍ତି ବାବା ବଳିଆ । କହିଛନ୍ତି, ଏବେ ଠାରୁ ସମସ୍ତେ ଗଛ ଲଗାନ୍ତୁ ଏବଂ ପରିବେଶକୁ ସୁରକ୍ଷା କରନ୍ତୁ । ନହେଲେ ଆଗାମୀ ଦିନରେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ପଡ଼ିବ । ଦୁର୍ନୀତି ମୁକ୍ତ ଶାସନ ଆବଶ୍ୟକ ହେଉଛି ପ୍ରକୃତ ଶାସନ । ଦୋଷୀ ନିର୍ଦ୍ଦୋଷରେ ମୁକ୍ତି ପାଉଛି କିନ୍ତୁ ନିର୍ଦ୍ଦୋଷ ଦଣ୍ଡ ପାଉଛି । ତେଣୁ ଗଣତନ୍ତ୍ରକୁ ସ୍ବଚ୍ଛ କରିବାକୁ ପଡିବ । ଖାଲି ସେତିକି ନୁହେଁ ବର୍ତ୍ତମାନ ବୁଢାବୁଢି ହେବା ପରେ ବାପା ମା’ଙ୍କୁ ସନ୍ତାନସନ୍ତତିମାନେ ଯେଉଁଭଳି ଭାବେ ହଇରାଣ କରୁଛନ୍ତି ତାକୁ ନେଇ ମଧ୍ୟ ଦାବି ରଖିଛନ୍ତି ବାବା ବଳିଆ । ଅବହେଳିତ ବୁଢ଼ା ବାପା ମା’ ପାଇଁ ପିତୃମାତୃ କମିଶନ ମଧ୍ୟ ଜରୁରୀ ବୋଲି କହିଛନ୍ତି । ଏନେଇ କମିଶନ ଗଠନ କରିବାକୁ ଦାବି କରିଥିବା ବେଳେ ଆବଶ୍ୟକ ପଡିଲେ ସୁପ୍ରିମକୋର୍ଟରେ ଏହି ପ୍ରସ୍ତାବ ରଖିବେ ବୋଲି କହିଛନ୍ତି ବାବା ବଳିଆ ।

Leave A Reply

Your email address will not be published.

7 + nine =