ନୂଆବର୍ଷ ପୂର୍ବରୁ ମହାକାଶରେ ଚମତ୍କାର କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ), ଯାହା ଏ ଯାଏ କେବଳ ଆମେରିକା, ରୁଷ୍ ଏବଂ ଚୀନ୍ କରିପାରିଛନ୍ତି । ଏହାକୁ ସ୍ପେଡେକ୍ସ ମିଶନ କୁହାଯାଉଛି । ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶରେ ଦୁଇଟି ସାଟେଲାଇଟକୁ ପରସ୍ପର ସହ ଯୋଡ଼ିବା । ମହାକାଶ ବିଜ୍ଞାନ ଭାଷାରେ ଏହାକୁ ଡକିଂ ଏବଂ ଅନ୍ଡକିଂ କୁହାଯାଏ । ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ପିଏସ୍ଏଲ୍ଭି ସି୬୦ ବା ସ୍ପେଡେକ୍ସ ମିଶନ ଲଞ୍ଚ କରିବାକୁ ଯାଉଛି। ରାତି ୯ଟା ୫୮ରେ ଲଞ୍ଚ ପ୍ରୋଗ୍ରାମ ଆରମ୍ଭ ହୋଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।