ଫେବୃଆରୀରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା । 

ଭୁବନେଶ୍ୱର(ରାଜ୍ୟକାହାଣୀ) ନୂଆବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ବିକଳ୍ପ ଆଣିବେ ନୂଆ ସରକାର । ରାଜ୍ୟର ସାଢେ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡ ।  ଏହି ଯୋଜନାରେ ରାଜ୍ୟର ଏକ କୋଟି ପରିବାରକୁ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେହିପରି ନୂଆ ବର୍ଷରେ ନୂଆ ମେଡିକାଲ କଲେଜ, ନସିଂ କଲେଜ ମଧ୍ୟ ବଢାଇବାକୁ ସରକାରଙ୍କ ସଂକଳ୍ପ ରହିବ । ରାଜ୍ୟରେ ପ୍ରତିଟି ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାକୁ ସରକାର ପ୍ରତିଶୃତିବଦ୍ଧ ।

Leave A Reply

Your email address will not be published.

eleven + eleven =