ଭୁବନେଶ୍ୱର(ରାଜ୍ୟକାହାଣୀ) ଆଜି ଆକାଶରେ ଦେଖାଯିବ କଳା ଜହ୍ନ । ଆକାଶରେ ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିବ । ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ । ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୩.୫୭ ଟା ବେଳେ ଏହା ଦେଖିବାକୁ ମିଳିବ ।ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡିଲେ ଏହା ଦୃଶ୍ୟମାନ ହୁଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ । ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ । ନୀଳ ଜହ୍ନ ଭଳି କଳା ଜହ୍ନ ମଧ୍ୟ ଦୁଲର୍ଭ ଘଟଣା ବୋଲି ଜଣାଯାଇଛି ।