ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶା ଅଗ୍ନିଶମ ବାହିନୀରେ ସାମିଲ ହେବ ଡଗ୍ ସ୍କ୍ବାଡ୍ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବେ ସନ୍ଧାନୀ କୁକୁର। ଏଥିପାଇଁ ରାଜ୍ୟ ପୋଲିସର ଡଗ୍ ସ୍କ୍ୱାଡ୍ K-09ର ୧୦ଟି କୁକୁରଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଆଯାଇଛି। ଫାୟାର୍ ଟିମକୁ ସନ୍ଧାନୀ କୁକୁର ପ୍ରଦାନ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ।ପ୍ରାଥମିକ ପର୍ଯ୍ୟାୟରେ ୧୦ଟି କୁକୁରଙ୍କୁ ଟ୍ରେନିଂ ଦିଆଯାଉଛି। ଏହି ଟ୍ରେନିଂ ୫୪ ସପ୍ତାହ ଧରି ଚାଲିବ। ଏଯାଏ କୁକୁର ୩୦ ସପ୍ତାହ ଟ୍ରେନିଂ ଶେଷ କରିସାରିଛନ୍ତି। ବର୍ତ୍ତମାନ ସେମାନଙ୍କର ଆଡଭାନ୍ସ ଟ୍ରେନିଂ ଚାଲିଛି। ସଂପୂର୍ଣ୍ଣ ଟ୍ରେନିଂ ସରିବା ପରେ ଏମାନଙ୍କୁ ଠିକ କରାଯାଇଥିବା ଜୋନ୍କୁ ପଠାଯିବ। ବାଲେଶ୍ୱର, କଟକ, ଭୁବନେଶ୍ୱର, ଅନୁଗୁଳ ଆଦି ସ୍ଥାନରେ ଏହି କୁକୁର ନିୟୋଜିତ ହେବେ। ସନ୍ଧାନୀ କୁକୁର ପୀଡିତଙ୍କୁ ଠାବ କରିବା ପରେ ରେସ୍କୁ ଟିମ୍ ସେଠାରେ ପହଞ୍ଚି ଉଦ୍ଧାର କରିବେ।