ଟ୍ରେନ୍‌ ତଳେ ଲୁଚି ୨୫୦ କିମି ଅତିକ୍ରମ କଲେ ଯୁବକ

 ଟ୍ରେନ ବଗି ତଳେ ୨୫୦ କିଲୋମିଟର ଯାତ୍ରା । ଅର୍ଥାଭାବରୁ ଟିକେଟ୍ କିଣି ନପାରି ଲୋକଟି ଏକ ଏକ୍ସପ୍ରେସ ଟ୍ରେନର ବଗି ତଳେ ଝୁଲିଝୁଲି ଇତର୍ସିଠାରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରିଛି ।ମଧ୍ୟପ୍ରଦେଶର ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ଦୂରତାକୁ ଯୁବକଜଣକ ଏପରି ଭାବେ ଅତିକ୍ରମ କରିଛନ୍ତି। ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ଏହି ଘଟଣାର ଖୁଲାସା ହୋଇଥିଲା।

ଟ୍ରେନ୍‌ଟି ଜବଲପୁର ଷ୍ଟେଶନ ନିକଟରେ ପହଞ୍ଚିବା ପରେ ରେଳ କର୍ମଚାରୀ ତାହାର ଯାଞ୍ଚ କରୁଥିଲେ। ଉକ୍ତ ସମୟରେ ସେ ବଗି ତଳେ ଜଣେ ଯୁବକ ଥିବା ଦେଖିବାକୁ ପାଇଥିଲେ। ଏହାଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇତିବା ବେଳେ ଏନେଇ ତୁରନ୍ତ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଟ୍ରେନ୍‌ଟିକୁ ଅଟକା ଯାଇ ଯୁବକଙ୍କୁ ବାହାରକୁ ଅଣାଯାଇଥିଲା।ଯୁବକ ଜଣକ ଏସ-୪ କୋଚର ଚକା ମଝିରେ ରହି ଯାତ୍ରା କରିଥିଲେ । ପଚରାଉଚରା ପରେ ଟିକେଟ କାଟିବାକୁ ପାଖରେ ଟଙ୍କା ନ ଥିବାରୁ ଏପରି କରିଥିବା ଯୁବକଜଣକ କହିଥିଲେ । ତୁରନ୍ତ ଯୁବକଙ୍କୁ କାବୁ କରି ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ରେଳବାଇ ପୋଲିସ ଯୁବକଙ୍କ ପରିଚୟ ଖୋଜୁଛି ।ରେଳ ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି । ସୁରକ୍ଷା ପ୍ରୋଟୋକଲକୁ ମଜବୁତ କରିବା ପାଇଁ ଆଶ୍ବାସନା ଦେଇଛି । ଏହାସହିତ ଚେତାବନୀ ଦେଇଛି କି, ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିବା ଦ୍ବାରା ଜୀବନ ମଧ୍ୟ ଯାଇପାରେ ।

Leave A Reply

Your email address will not be published.

3 × four =