ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଶେନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମନମୋହନ ସିଂଙ୍କ ଭାବମୂର୍ତ୍ତି ଜଣେ ଗମ୍ଭୀର ତଥା ଉତ୍ସର୍ଗୀକୃତ ନେତାଙ୍କ ଛବି ଥିଲା, କିନ୍ତୁ ତାଙ୍କର ବ୍ୟକ୍ତିଗତ ଜୀବନ ମଧ୍ୟ ସରଳ ଏବଂ ଗଭୀର ଥିଲା।ମନମୋହନ ସିଂ ସବୁବେଳେ ସମାନ ରଙ୍ଗର ଅର୍ଥାତ୍ ନୀଳର ରଙ୍ଗର ପଗଡି ପିନ୍ଧିଥିବାର ନଜର ଆସୁଥିଲେ। ଏହାପଛର କାରଣ କ’ଣ ? ଥରେ ନୀଳ ପଗଡି ପିନ୍ଧିବାର କାରଣ କହିଥିଲେ ମନମୋହନ ସିଂ । ସେ କହିଥିଲେ ଯେ ନୀଳ ହେଉଛି ତାଙ୍କର ପ୍ରିୟ ରଙ୍ଗ। ୨୦୦୬ରେ ମନମୋହନ ସିଂଙ୍କୁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆଇନ୍ ବିଭାଗରେ ଡକ୍ଟରେଟ୍ ଉପାଧି ମିଳିଥିଲା । ଏହି ସମୟରେ ତତ୍କାଳୀନ ଡ୍ୟୁକ୍ ଅଫ୍ ଏଡିନବର୍ଗ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ପ୍ରିନ୍ସ ଫିଲିପ୍ ମନମୋହନ ସିଂଙ୍କ ପଗଡି ଏବଂ ଏହାର ରଙ୍ଗ ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନୀଳ ରଙ୍ଗ ମଧ୍ୟ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରଙ୍ଗ । ତେବେ ରାଜନୀତିର ଶିଖରରେ ପହଞ୍ଚିବା ପରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣ ପ୍ରଦର୍ଶନର ଏକ ଅଂଶ କରି ନ ଥିଲେ। ତାଙ୍କ ସ୍ତ୍ରୀ ଗୁରୁଶରଣ କୌରଙ୍କ ସହ ତାଙ୍କର ସମ୍ପର୍କ ଏକ ଉଦାହରଣ। ଏଠାରେ ପ୍ରେମ, ସମର୍ଥନ ଏବଂ ବୁଝାମଣା ଗୁରୁତ୍ୱପୂର୍ଣ୍ଣ ଥିଲା।
ମନମୋହନ ସିଂ ଏବଂ ଗୁରୁଶରଣ କୌରଙ୍କ ପ୍ରଥମ ସାକ୍ଷାତ ଏକ ସରଳ ଘଟଣା ଥିଲା। ଯେତେବେଳେ ମନମୋହନ ଜଣେ ଯୁବ ଅର୍ଥନୀତିଜ୍ଞ ଏବଂ ଗୁରୁଶରଣ ଜଣେ ଶିକ୍ଷକ ଥିଲେ। ଦୁହିଁଙ୍କ ମଧ୍ୟରେ ଏକ ସରଳତା ଏବଂ ସହଜତା ଥିଲା ଯାହା ଧୀରେ ଧୀରେ ଏକ ଗଭୀର ବନ୍ଧୁତାରେ ପରିଣତ ହେଲା। ଏହା ପରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ସ୍ଥିର କଲେ। ପାରମ୍ପରିକ ଭାରତୀୟ ରୀତିନୀତି ଅନୁଯାୟୀ ଉଭୟ ବିବାହ କରିଥିଲେ ଯାହା ଅତି ସରଳ ଥିଲା।