ଭୁବନେଶ୍ୱର(ରାଜ୍ୟକାହାଣୀ) ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି। ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ୯୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ମନମୋହନ ସିଂହଙ୍କ ବିୟୋଗକୁ ଦେଶବାସୀ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ବିଭାଜନ ପରେ ଦୀର୍ଘ ସାଢ଼େ ୬ ଦଶନ୍ଧି ଧରି ଦେଶର ଆର୍ଥତ୍କ ସ୍ଥିତିକୁ ପରଖିବା ସହ ଅର୍ଥନୀତି କ୍ଷେତ୍ରରେ ବିପୁଳ ସଂସ୍କାର ଆଣିବାରେ ମନମୋହନଙ୍କ ଅବଦାନ ଥିଲା ଅତୁଳନୀୟ। ମିଷ୍ଟଭାଷୀ ଓ ନମ୍ର ସ୍ବଭାବର ମନମୋହନ ଏକାଧାରରେ ଥିଲେ ପ୍ରଶାସକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ରାଜନେତା। ରାଜନୀତି ପ୍ରତି ଆରମ୍ଭରୁ ବିଶେଷ ଆଗ୍ରହୀ ନ ଥିବା ଏହି ବ୍ୟକ୍ତିତ୍ୱ ଜୀବନରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ ୨ ଥର ଦେଶର ସର୍ବୋଚ୍ଚ ଶାସନ ଭାର ସମ୍ଭାଳିବା ସହ ଉଦାରବାଦ ନୀତି ଆପଣାଇ ଦ୍ରୁତ ଆର୍ଥତ୍କ ଅଭିବୃଦ୍ଧି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଓଡିଶା ତାଙ୍କ ପାଇଁ ବହୁତ ଖାସ ଥିଲା |ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା ।
ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣି ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ସମୟ ବିତାଉଥିଲେ।ଓଡ଼ିଶାରେ ଥିଲା ମନମୋହନ ସିଂହଙ୍କ ସମୁଦି ଘର । ଓଡ଼ିଆ ପୁଅଙ୍କୁ ସେ ନିଜ ଦ୍ଵିତୀୟ ଝିଅ ଦାମନ ସିଂହଙ୍କୁ ବିବାହ ଦେଇଥିଲେ । ଏଣୁ ଓଡ଼ିଶାକୁ ଖୁବ ଭଲ ପାଉଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ । ପଦରେ ରହିବା ପୂର୍ବରୁ ଓ ପରେ ମଧ୍ୟ ଲାଗି ରହିଥିଲା ଓଡ଼ିଶାକୁ ତାଙ୍କର ଯିବା ଆସିବା । ଦାମନ ସିଂହ ଦିଲ୍ଲୀ ବିଶ୍ଵବିଦ୍ୟାଳୟର ସେଣ୍ଟ ଷ୍ଟିଫେନସ୍ କଲେଜରୁ ସ୍ନାତକ ହାସଲ କରିବା ପରେ ଗୁଜରାଟର IRMA ରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ । ସେ ଜଣେ ସୁଲେଖିକା ଭାବେ ମଧ୍ୟ ପରିଚିତ । ୧୯୯୧ ମସିହାରେ ସେ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ଦାମନଙ୍କ ଡାକ ନାଁ ନୋନୁ। ଶ୍ୱଶୂରଙ୍କ ଘରେ ସେ ଏହି ନାଁରେ ପରିଚିତ ଥିଲେ ।ସେହିପରି ତାଙ୍କ ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ, ଗୁଜରାଟ କ୍ୟାଡରର ଭାରତୀୟ ପୋଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକ। ୧୯୮୩ ବ୍ୟାଚ୍ର ଏହି ଆଇପିଏସ୍ ଜାତୀୟ ଗୁଇନ୍ଦା ଗ୍ରୀଡ୍ ( ନାଟ ଗ୍ରୀଡ୍)ର ସିଇଓ ଭାବେ କାର୍ଯ୍ୟ କରିଛନ୍ତି ।