ଭୁବନେଶ୍ୱର(ରାଜ୍ୟକାହାଣୀ) ଶୀତ ଦିନେ ତ୍ୱଚା ରୁକ୍ଷ ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ। ଏଥିପାଇଁ ଫଟା ଓଠରେ ବାରମ୍ବାର ଲିପ୍ ବାମ ଲଗାଇ ଥାନ୍ତି। ହେଲେ ଓଠ ଫାଟିବାରୁ ମୁକ୍ତି ମିଳି ନଥାଏ। ଓଠ ଫାଟି ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯାଏ। ଏଭଳି ପରିସ୍ଥିତିରେ ଏହାର ବିଶେଷ ଯତ୍ନ ନେବା ମଧ୍ୟ ଜରୁରୀ ଅଟେ। ଏନେଇ ଏଥିରୁ ମୁକ୍ତି ପାଇବାକୁ ବଜାରରେ ଅନେକ ଉତ୍ପାଦ ମିଳୁଥିଲେ ମଧ୍ୟ ଏହା ଖୁବ ମହଙ୍ଗା ହୋଇଥାଏ। ହେଲେ ଘରୋଇ ଉପଚାର କରି ସମସ୍ୟାରୁ ମୁକ୍ତି ପାଇପାରିବେ।
ମହୁ: ଶୀତ ଦିନରେ ଓଠରେ ମହୁ ଲଗାଇପାରିବେ। ଏହା ଦ୍ୱାରା ଓଠ ନରମ ରହିଥାଏ। ମହୁରେ ପ୍ରାକୃତିକ ହାଇଡ୍ରେଟିଂ ଏଜେଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ହୋଇ ରହିଥାଏ।
ନଡ଼ିଆ ତେଲ: ନଡିଆ ତେଲରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଶୀତଦିନେ ଓଠ ଫାଟୁଥିଲେ ନଡ଼ିଆ ଲଗାଲେ ଲାଭଦାୟକ ହୋଇଥାଏ।
ବାଦାମ ତେଲ: ଶୀତଦିନେ ଓଠଫଟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ବାଦାମ ତେଲ ଲଗାନ୍ତୁ ଏବଂ ଓଠକୁ ପାଞ୍ଚ ମିନିଟ୍ ପାଇଁ ଆଙ୍ଗୁଠିରେ ମାଲିସ୍ କରନ୍ତୁ। ଏହା ଦ୍ୱାରା ଓଠର ଚର୍ମ କୋମଳ ହୋଇଯିବ ଏବଂ ଓଠର ରଙ୍ଗ ମଧ୍ୟ ଗୋଲାପୀ ହୋଇଯିବ।