କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା

କର୍ଣ୍ଣାଟକର ବେଲାଗାଭି ସମ୍ମିଳନୀର ବ୍ୟାନରରେ ଭାରତ ମାନଚିତ୍ରରୁ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ଆକସାଇ ଚୀନ୍ ନଥିବା ଦେଖିବାକୁ ମିଳିଛି ।ତେବେ  ବେଲଗାଭି ଅଧିବେଶନରେ କଂଗ୍ରେସର ପୋଷ୍ଟରକୁ ନେଇ ଘମାସାନ । ଏହି ପୋଷ୍ଟରରେ ଭାରତର ବିକୃତ ମାନଚିତ୍ରକୁ ସ୍ଥାନ ଦିଆଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, କଶ୍ମୀରରେ ଏକ ପୋଷ୍ଟରେ ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି।କଂଗ୍ରେସ ଦ୍ୱିତୀୟ ମୁସଲିମ ଲିଗ୍ ବୋଲି ବିଜେପି ନେତା ମାନେ ଅଭିଯୋଗ କରିଛନ୍ତି। ଏହାଦ୍ବାରା ଦେଶବାସୀଙ୍କ ସମ୍ମୁଖରେ କଂଗ୍ରେସର ଅସଲ ଚେହେରା ସାମ୍ନାକୁ ଆସିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ‘ଏମାନେ ଦୁଇଟି ଭିନ୍ନ କଂଗ୍ରେସ। ଏହା ଲୋକ ବିରୋଧୀ, ଜାତୀୟ ବିରୋଧୀ କଂଗ୍ରେସ ଏବଂ ଏହା ଜାତୀୟତାବାଦୀ କଂଗ୍ରେସ। ଏହି ଲୋକମାନଙ୍କର ପାଳନ କରିବାର କୌଣସି ନୈତିକ ଅଧିକାର ନାହିଁ, କିନ୍ତୁ ସେମାନେ ଉତ୍ସବ ପାଳନ କରୁଛନ୍ତି।’

Leave A Reply

Your email address will not be published.

three × 2 =