ଆଇସିସି ଦେଲା କୋହଲିଙ୍କୁ ଏ ବିରାଟ ଦଣ୍ଡ

ବିରାଟ କୋହଲିଙ୍କ ବିରୋଧରେ ଆଇସିସିର କଡା ଆକ୍ସନ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ସାମ୍ସ କନଷ୍ଟାସଙ୍କୁ ଧକ୍କା ମାରିବା ପାଇଁ ତାଙ୍କ ମ୍ୟାଚ ଫିସରେ ୨୦ ପ୍ରତିଶତ ଜୋରିମାନା ଲାଗିଛି ଓ ଗୋଟିଏ ଡିମେରିଟ ଅଙ୍କ ଦିଆଯାଇଛି । ଏହି ଘଟଣା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଅଷ୍ଟ୍ରେଲୀୟ ଦଳର ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମ୍ୟାଚର ପ୍ରଥମ ଦିନରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା । ଏହି ମ୍ୟାଚ୍‌ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ଥିଲେ ୧୯ ବର୍ଷୀୟ ଡେବ୍ୟୁଟାଣ୍ଟ ସାମ କନଷ୍ଟାସ୍ । ତେବେ କେବଳ ବ୍ୟାଟିଂ ନୁହେଂ କୋହଲିଙ୍କ ସହ ତାଙ୍କ ଝଗଡାକୁ ନେଇ ଚର୍ଚ୍ଚାକୁ ସେ ଆସିଥିଲେ । ୧୦ ଓଭର ଶେଷ ହେବା ପରେ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା ।ତେବେ ସବୁଠାରୁ ବଡ କଥା ହେଉଛି କୋହଲି ନିଲମ୍ୱନରୁ ବଞ୍ଚିଯାଇଛନ୍ତି । କୋହଲିଙ୍କ ଉପରେ ଆଇସିସି ମାତ୍ର ୫ ଘଣ୍ଟାରେ ଏହି ଆକ୍ସନ ନେଇଛି । ଅନେକ ମ୍ୟାଚରେ ଖେଳ ଶେଷ ହେବା ପରେ ଆକ୍ସନ ନିଆଯାଇଥାଏ । ହେଲେ ଏହି ମ୍ୟାଚରେ ପ୍ରଥମ ଦିନରେ ହିଁ ଏହି ନିଷ୍ପତ୍ତି ନିଆଯାଇଛି । ବିରାଟ କୋହଲି-କୋଷ୍ଟାସଙ୍କ ଏହି ଘଟଣାକୁ ଦୁର୍ଲଭ ଘଟଣା ବି କହିହେବ । 

Leave A Reply

Your email address will not be published.

15 − eleven =