ପୁସ୍ତକ ପ୍ରେମୀଙ୍କୁ ବଡ଼ ଝଟ୍‌କା‘ବୁକ୍‌ ପୋଷ୍ଟ’ ବନ୍ଦ

ଭାରତୀୟ ଡାକ ବିଭାଗ ପକ୍ଷରୁ ବର୍ଷ ବର୍ଷ ଧରି ପ୍ରଚଳିତ ‘ବୁକ୍ ପୋଷ୍ଟ’ ସେବା ବନ୍ଦ ହୋଇଯାଇଛି। ଚଳିତ ମାସ ୧୮ ତାରିଖରେ ଡାକ ବିଭାଗ ଏହି ସେବା ବନ୍ଦ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ପରେ କୋଟି କୋଟି ଗ୍ରାହକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ରେଡିଷ୍ଟର୍ଡ ବୁକ୍‌ ପୋଷ୍ଟ(ଆର୍‌ବିପି) ସେବା ଅଧୀନରେ ୫ କିଗ୍ରାର ପୁସ୍ତକ ପଠାଇବା ଲାଗି ୮୦ଟଙ୍କା ଦେୟ ଦେବାକୁ ପଡ଼ିଥାଏ,ଯାହାକି ଅନ୍ୟ କୋରିଅର୍‌ ସଂସ୍ଥାଠାରୁ ବେଶ ଭଲ। ଏହାଛଡ଼ା ୧୯,୧୦୧ ପିନ୍‌ କୋଡ ଏବଂ ଭାରତରେ ୧୫୪,୭୨୫ ଡାକଘର ଆସୁଥିବା ଇଣ୍ଡିଆ ପୋଷ୍ଟର ବିଶାଳ ନେଟଓ୍ବାର୍କ ଦ୍ରୁତ ଡେଲିଭରି ସୁନିଶ୍ଚିତ କରି ଏବଂ ଅଧିକାଂଶ ପାର୍ସଲ ସପ୍ତାହେ ମଧ୍ୟରେ ପହଞ୍ଚିଥାଏ। ଆଜିକାଲି ଘରୋଇ କୋରିୟର ଓ ଅନ୍ୟ ସଂସ୍ଥା ଏପରି ଭୂମିକା ନିର୍ବାହ କରୁଛନ୍ତି କିନ୍ତୁ ଏହା ବ୍ୟୟସାପେକ୍ଷ ହୋଇଥିବାରୁ ଲୋକଙ୍କର ବୁକ୍‌ ପୋଷ୍ଟ ଉପରେ ନିର୍ଭରଶୀଳତା ରହିଥାଏ। କେନ୍ଦ୍ର ସରକାରଙ୍କ ଦ୍ବାରା ‘ପୋଷ୍ଟ ଅଫିସ ଆକ୍ଟ-୨୦୨୩’ କାର୍ଯ୍ୟକାରୀ ହେବା ପରେ ୧୮୯୮ ଆଇନ ଅନୁସାରେ ପ୍ରଚଳିତ ଏହି ବ୍ୟବସ୍ଥାର ଅନ୍ତ ଘଟିଛି। ମଧ୍ୟରାତ୍ରିରେ ଏହାର ସଫ୍ଟୱେରକୁ ବନ୍ଦ କରାଯାଇଛି। କୌଣସି ଚର୍ଚ୍ଚା, ଚେତାବନୀ ଅଥବା ପରାମର୍ଶ ବିନା ଏହି ସେବାକୁ ହଠାତ ବନ୍ଦ କରି ଦିଆଯାଇଛି। ଗତ ସପ୍ତାହରେ ଆର୍‌ବିପି ଶ୍ରେଣୀକୁ ଡାକ ବିଭାଗର ସଫ୍ଟଓ୍ବୟାରରୁ ହଟାଇ ଦିଆଯାଇଥିଲା। ‘ବୁକ୍‌ ପୋଷ୍ଟ’କୁ ବନ୍ଦ କରିବା ପ୍ରକାଶନ ଉଦ୍ୟୋଗ ପାଇଁ ଝଟ୍‌କା।

Leave A Reply

Your email address will not be published.

four × five =