ଭୁବନେଶ୍ୱର(ରାଜ୍ୟକାହାଣୀ) ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତି ଦୌପଦୀ ମୂର୍ମୁଙ୍କ ପାଖକୁ ପାଖକୁ ପଠାଇଛନ୍ତି। ତେବେ ରଘୁବରଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତି ସରଗରମ ହୋଇ ଉଠିଛି। ରଘୁବରଙ୍କ ଇସ୍ତଫାକୁ ଅତି ଗୁପ୍ତ ରଖାଯାଇଥିଲା। ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇନଥିଲେ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ଏହି ଇସ୍ତଫା ବାବଦରେ କେହି ଜାଣିନଥିଲେ।ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଜ୍ୟପାଳ ଭାବେ ଇସ୍ତଫା ଦେବା ପରେ ପୁଣି ଥରେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଛି। ରଘୁବର ଝାଡଖଣ୍ଡ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଅଟନ୍ତି। ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।ପୂର୍ବ ରାଜ୍ୟପାଳ ରଘୁବର ଦାସ ଓଡ଼ିଶାରେ ଅଧିକ ଚର୍ଚ୍ଚାରେ ଆସିଥିଲେ ଯେତେବେଳେ ତାଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିଥିଲେ। ସେତେବେଳେ ଏହି ଘଟଣା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ହୋଇଥାଏପାରେ ଏହି ଘଟଣା ଯୋଗୁ ଭାଜପା ତାଙ୍କୁ ରାଜ୍ୟପାଳ ପଦରୁ ହଟାଇଦେଇଛି।ଝାଡଖଣ୍ଡରେ ସରକାରକୁ ଆସିପାରିଲାନି ବିଜେପି ପ୍ରାୟ ନିର୍ବାଚନର ବିଫଳତା ପରେ ଝାଡଖଣ୍ଡ କାର୍ଡରୁ ଓହରିଲା କେନ୍ଦ୍ର ବିଜେପି ତେଣୁ ଏମିତି ନିଷ୍ପତି ନେଇଛନ୍ତି କେନ୍ଦ୍ର ବିଜେପି