ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ ! 

ଭୁବନେଶ୍ୱର(ରାଜ୍ୟକାହାଣୀ) ବଲାଙ୍ଗିର ଲୋଇସିଂହାରୁ ଆସିଛି ବର୍ବର କାଣ୍ଡ ।  ଏଠାରେ ଜଣେ ବୃଦ୍ଧଙ୍କୁ ନିଶା ଦେଇ ତାଙ୍କର ଆଖି ତାଡି ନେବାକୁ ଉଦ୍ୟମ ହୋଇଛି । ବୃଦ୍ଧ ଜଣଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବୃଦ୍ଧ ଜଣଙ୍କ ହେଉଛନ୍ତି ବୁଦେଲ ବାହାଲର ଇନସାନ ଝଙ୍କାର |ସୂଚନା ଆଧାରରେ, ଲୋଇସିଂହା ପେଟ୍ରୋଲ ପମ୍ପ ନିକଟରେ ଏହି ଘଟଣା ଘଟିଛି । କିଏ ଏବଂ କାହିଁକି ଏଭଳି କଲେ କାରଣ ଅସ୍ପଷ୍ଟ ରହିଛି । କାରଣ ବୃଦ୍ଧଙ୍କ କାହା ସହ ନା କଳି ନା ଝଗଡା ନା ଶତ୍ରୁତା କିଛି ନଥିବା କହିଛନ୍ତି ତାଙ୍କପରିବାର ଲୋକ। ତେବେ କାହିଁକି ଜଣେ ତାଙ୍କୁ ଏଭଳି ଅଜବ ଆକ୍ରମଣ କରିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ। ଏଥିରେ କିଛି ରାକେଟ କାମ କରୁନାହିଁ ତ ? କାରଣ ସେହି ଅଞ୍ଚଳରେ ଆଘରୁ ମଧ୍ୟ ଏଭଳି ଘଟଣା ଘଟିଥିବା ନଜିର ରହିଛି। ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ବୃଦ୍ଧ।  

Leave A Reply

Your email address will not be published.

5 × five =