ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ : ରସୁଣ ୪୦ ଟଙ୍କାରେ ମିଳୁଥିଲା ଏବେ ୪୦୦

ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ମଙ୍ଗଳବାର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ଦିନ ଥିଲା ରସୁଣ ୪୦ ଟଙ୍କା । ଆଜି ତାହା ପହଞ୍ଚିଛି ୪୦୦ କିଲୋରେ । ବଢୁଥିବା ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ବିଗାଡିଛି ବୋଲି ରାହୁଲ ଟାର୍ଗେଟ କରିଛନ୍ତି । କିନ୍ତୁ  ପୁଣି ଥରେ ପରିବା ଦୋକାନରେ ପହଞ୍ଚି ଯେଉଁପରି ଭାବରେ ରସୁଣ କଥା କହିଲେ ତାହାକୁ ନେଇ ଚର୍ଚ୍ଚା ଜୋର । କାରଣ ରାହୁଲ କହିଥିଲେ, ପୂର୍ବରୁ ରସୁଣ ୪୦ ଟଙ୍କାରେ ମିଳୁଥିଲା,  ଏବେ ୪୦୦ ଟଙ୍କାରେ ପହଞ୍ଚିଲାଣି । ହେଲେ ରସୁଣ ରେଟ୍‌ ୪୦ ଟଙ୍କା କେଉଁ ଜମାନାରେ ଥିଲା ତାହା ବୋଧହୁଏ ରାହୁଲ ଜାଣିନାହାନ୍ତି ବୋଲି ସୋସିଆଲ ମିଡିଆରେ ଲୋକେ କହିଲେଣି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓରେ କୁହାଯାଇଛି କି, ଜଣେ ମହିଳା ରାହୁଲଙ୍କୁ ଚା ପାଇଁ ନିମନ୍ତ୍ରଣ ଦେଇଥିଲେ । ଆଉ ମହିଳାଙ୍କ ନିମନ୍ତ୍ରଣ ରକ୍ଷା କରି ରାହୁଲ ପହଞ୍ଚିଥିଲେ ।   କିନ୍ତୁ ଏହା ପୂର୍ବରୁ ପରିବା ଦୋକାନରେ ପହଞ୍ଚିଥିଲେ ରାହୁଲ ।  ପରିବା ଦୋକାନରେ କେତେ ରେଟ୍‌ ଅଛି ତାହା ଜାଣିବାକୁ ଚେଷ୍ଟା କରିଥିଲେ ।  ତେବେ ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ରାହୁଲ ଆକ୍ଟିଭ୍ ମୁଡରେ ଅଛନ୍ତି । ସେ ଆମ୍ବେଦକର ପ୍ରସଙ୍ଗରେ ସରକାରଙ୍କୁ ଚାରିଆଡୁ ଟାର୍ଗେଟ କରୁଛନ୍ତି ।

Leave A Reply

Your email address will not be published.

nineteen − eighteen =