ଆମ୍ବେଦକର ପ୍ରସଙ୍ଗକୁ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ବାବା ସାହେବ ଆମ୍ବେଦକର ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସ୍‌ମିଟ୍‌ ।ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ରାଜନୈତିକ ତୁମ୍ବି ତୋଫାନ ଲାଗି ରହିଛି । ଏବେ ଅମିତ ଶାହଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି  କଂଗ୍ରେସ। ତେବେ   କଂଗ୍ରେସ ସରକାରଙ୍କ ସମୟରେ ନେହୁରୁ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ କରିଥିବା କଥା କହିଲେ ମୁଖ୍ୟମନ୍ତ୍ରୀ । କଂଗ୍ରେସ ପ୍ରଥମେ କ୍ଷମା ପ୍ରାର୍ଥନା କରିବା ଉଚିତ। କଂଗ୍ରେସ ଆମ୍ବେଦକରଙ୍କୁ ନିୟମିତ ଅସମ୍ମାନିତ କରିଆସିଛି। ଆମ୍ବେଦକରଙ୍କୁ ନିର୍ବାଚନରେ ପରାଜିତ କରିବାକୁ ଚେଷ୍ଟା କରିଥିଲେ। ଆମ୍ବେଦକରଙ୍କୁ ପରାଜିତ କରିଥିବା ପ୍ରାର୍ଥୀଙ୍କୁ ପଦ୍ମବିଭୂଷଣ ଦେଇଛନ୍ତି।  ସମ୍ବିଧାନର ପ୍ରଣୟତା ଆମ୍ବେଦକର ତାଙ୍କୁ ଆମ ଦଳ ସମ୍ମାନ ଦେଉଁଛି ।  ଛୋଟ କଥା ଓ ବିବୃତିକୁ ନେଇ ବିକୃତ କରାଯାଉଛି ।  ସାମାଜିକ, ରାଜନୈତିକ କ୍ଷେତ୍ରରେ ଭାରତ ବର୍ଷର ଜ୍ଞାନୀ ଓ ଅବଦାନ ଥିବା ବ୍ୟକ୍ତିଙ୍କୁ କଂଗ୍ରେସ ପରିହାସ କରିଛି । ତେଣୁ କଂଗ୍ରେସ ଆମ୍ବେଦକରଙ୍କୁ ନେଇ ଶସ୍ତା ରାଜନୀତି ବନ୍ଦ କରୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.

3 + 13 =