ନେପାଳ ରାସ୍ତା ଦେଇ ଆସୁଛି ନିଷିଦ୍ଧ ଚାଇନା ରସୁଣ, ୧ କୋଟିର ରସୁଣ ଜବତ କଲା ପୋଲିସ

ବିହାରର ପୂର୍ଣ୍ଣିଆ ପୋଲିସ ଏକ ଗୋଦାମରେ ଚଢ଼ାଉ କରି ବିପୁଳ ପରିମାଣର ନିଷିଦ୍ଧ ଚାଇନା ରସୁଣ ଜବତ କରିଛି । ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପୋଲିସ ଏକ ବଡ଼ ଅପରେସନ୍ ଚଳାଇ ସଦର ଥାନା ଅଧୀନ ବାଗେଶ୍ୱରୀ ସ୍ଥାନସ୍ଥିତ ଏହି ଗୋଦାମରୁ ପାଖାପାଖି ୪ ଟନ୍ ରସୁଣ ଜବତ କରିଛି । ପୋଲିସ ଘଟଣାସ୍ଥଳରୁ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।ତେବେ ସ୍ୱାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇଥିବାରୁ ଭାରତ ସରକାର ୨୦୧୪ରେ ଦେଶରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଚାଇନା ରସୁଣ ଖାଇଲେ ପେଟ ଓ ଅନ୍ତନଳୀ ଫୁଲିଯିବା ସହିତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ । ଏମିତିରେ ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେଣୁ ଏହାକୁ ଭାରତୀୟ ବଜାରରେ ନିଷେଧ କରାଯାଇଛି ।ତେବେ ଗୋଦାମରେ ଚାଇନା ରସୁଣ ମହଜୁଦ ଥିବା ନେଇ ଗୁଲାବବାଗ ଟିଓପି ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ରାଜେଶ ଗୁପ୍ତା ନାମକ ବ୍ୟବସାୟୀ ନେପାଳ ରାସ୍ତା ଦେଇ ଚୀନରୁ ଅତି ଶସ୍ତା ଦାମରେ ନିଷିଦ୍ଧ ଚାଇନା ରସୁଣ ମଗାଇଥିଲେ ଏବଂ ଏହାକୁ ବିଭିନ୍ନ ସ୍ଥାନକୁ ଯୋଗାଣ କରୁଥିଲେ । ଏହି ସୂଚନା ଆଧାରରେ ଏସପି କାର୍ତ୍ତିକେୟ ଶର୍ମାଙ୍କ ନିର୍ଦ୍ଦେଶରେ ସଦର ଏସଡିପିଓ ପଙ୍କଜ କୁମାର ଶର୍ମାଙ୍କ ନେତୃତ୍ୱରେ ଉକ୍ତ ଗୋଦାମ ଉପରେ ଚଢ଼ାଉ କରାଯାଇଥିଲା ।

Leave A Reply

Your email address will not be published.

1 + 15 =