ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । 

ଭୁବନେଶ୍ୱର(ରାଜ୍ୟକାହାଣୀ) ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ । ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି । ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଦ୍ରୁତ ଗତିରେ ଉଡି ଆସିପାରିବେ ବୋଲି କୁହାଯାଇଛି। ତେବେ ମାଲକାନଗିରି ବିମାନବନ୍ଦର ବାଣିଜ୍ୟିକ ବିମାନ (ନିର୍ଦ୍ଧାରିତ ବିମାନ) ପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ତ୍ତମାନ, ଇଣ୍ଡିଆ ୱାନ୍ ବିଶାଖାପାଟନମ୍ ଏବଂ ଜୟପୁର ମଧ୍ୟରେ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଉଛି ଯାହା ବ୍ୟବସାୟିକ କ୍ଷେତ୍ରରେ ଲାଭଦାୟକ ହେବ ।

Leave A Reply

Your email address will not be published.

one × 3 =