ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ, ନକଲି ଡାକ୍ତର ଗିରଫ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭୁଲ ଚିକିତ୍ସାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଅଭିଯୁକ୍ତ ନକଲି ଡାକ୍ତର ଗିରଫ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ନକଲି ଡାକ୍ତରଙ୍କ ଚିକିତ୍ସାରେ ଜଣେ ରୋଗୀର ମୃତ୍ୟୁ ହୋଇଛି । ରୋଗୀ ମୃତ୍ୟୁ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଏହି ଘଟଣାରେ ପୋଲିସ ଉକ୍ତ ନକଲି ଡାକ୍ତରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ତେବେ ନକଲି ଡାକ୍ତରଙ୍କ ଠାରୁ ବିଭିନ୍ନ ପ୍ରକାର ଔଷଧ ଏବଂ ସାଲାଇନ ଜବତ କରାଯାଇଛି । ମୃତକ ହେଲେ ଲାଠୋର ଥାନା ଅଞ୍ଚଳର ଶ୍ରୀମତ କଟା । । ଶ୍ରୀମଦ କଟା ଗତ ୩ ଦିନ ହେଲା ତୁରେକେଲା ଥାନା ବଡଡ଼କଲା ଗାଁ ତାଙ୍କ ଶଶୁର ଘରେ ଥିଲେ ।ତେବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ରୁ ପ୍ରଥମେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସିତ ହୋଇଥିଲେ । ପରେ ଗତକାଲି ସନ୍ଧ୍ୟା ରେ ସ୍ୱାସ୍ଥ୍ୟ ଭଲ ନ ଲାଗିବାରୁ ବଡ଼ ଡ଼କଲା ଗାଁରେ ଥିବ କ୍ଵାକ ଟୁଟୁ ବିଶ୍ଵାସ ଙ୍କ ପାଖକୁ ଯାଇ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । କ୍ଵାକ ଜଣକ ଶ୍ରୀମଦଙ୍କୁ ଏକ ଇଂଜେକସନ ଓ ସାଲାଇନ ଦେଇଥିଲେ ।ଶ୍ରୀମତ ଘରକୁ ଗଲା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।ଅସ୍ଥାୟୀ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର । ତେବେ ନକଲି ଡାକ୍ତର କିଭଳି କ୍ଲିନିକ ଖୋଲିଲେ ଏବଂ ତାହା ପୁଣି କେହି ଜାଣିପାରିଲେ ନାହିଁ ସେନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

one + eleven =