ରାଜ୍ୟରେ ବସିବ ୩ଟି ନୂଆ ଡପଲାର ରାଡାର୍ 

ରାଜ୍ୟରେ ୩ଟି ନୂଆ ଡପଲାର ରାଡାର୍ ବସାଯିବ। ସମ୍ବଲପୁର, ବାଲେଶ୍ଵର ଓ  ଭୁବନେଶ୍ୱରରେ ଏହାକୁ ବସାଯିବ। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା  ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ।  ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର୍ ଲାଗିବ। ବର୍ତ୍ତମାନ ୭୩ଟି ରାଡ଼ାର କାମ କରୁଥିବାବେଳେ ନୂଆ ୫୩ଟି ରାଡାର୍ ଲାଗିବ। 

Leave A Reply

Your email address will not be published.

eleven − 7 =