ଭରତପୁର ମାମଲା, ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ଭରତପୁର ଥାନାରେ ଦୁର୍ବ୍ୟବହାର ମାମଲାରେ ଆଜି ପୁଣି ଜେରା ହେବେ କ୍ୟାପଟେନଙ୍କ ବାନ୍ଧବୀ ।  ଅପରାହ୍ଣରେ ଜେରା ହେବେ। ବାନ୍ଧବୀଙ୍କ ପରେ କ୍ୟାପଟେନଙ୍କୁ ଜେରା କରାଯିବ ।  ଏହା ସହ ସେମାନେ ଦେଇଥିବା ସାକ୍ଷୀଙ୍କର ମଧ୍ୟ ଜେରା ହେବ ।ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ସଚିବ ଶୁଭେନ୍ଦ୍ର ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।  ଗତକାଲି କ୍ୟପଟେନଙ୍କ ବାନ୍ଧବୀଙ୍କୁ ପ୍ରାୟ ୫ ଘଣ୍ଟା ଜେରା ହୋଇଥିଲା ।  କ୍ୟାପଟେନଙ୍କ ବାନ୍ଧବୀଙ୍କୁ ପୋଲିସ ପକ୍ଷ ଓକିଲ ଜେରା କରିଛନ୍ତି । ଭରତପୁର ଥାନା ଭିତରେ ହୋଇଥିବା ଘଟଣା ବେଳର ସମସ୍ତ ଭିଡିଓ ଗୁଡ଼ିକ କମିଶନ ଦାସଙ୍କୁ ଦିଆଯାଇଛି । ବିଳମ୍ବିତ ପୋଲିସ କର୍ମଚାରୀ ଏବଂ ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ନିକଟରେ ଥିବା ଭିଡିଓ ଗୁଡ଼ିକ କମିଶନ ନିକଟରେ ହସ୍ତଗତ କରାଯାଇଛି । କୋର୍ଟରେ ଜଷ୍ଟିସଙ୍କ ସମ୍ମୁଖରେ ଭରତପୁର ଥାନା ଭିତରେ ହୋଇଥିବା ଘଟଣାରେ ଭିଡିଓ ଫୁଟେଜ ଦେଖାହୋଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ବାନ୍ଧବୀଙ୍କୁ ପଚାରିଥିଲେ ଜଷ୍ଟିସ । ଲଗାତାର ଭାବେ ୧୧ଟାରୁ ୪ଟା ୩୦ ଯାଏଁ ୫ ଘଣ୍ଟା ଧରି ଚାଲିଥିଲା ଜେରା । ଏଥିରେ ସେନା ଅଧିକାରୀ ଅନୁପସ୍ଥିତ ଥିଲେ କେବଳ ବାନ୍ଧବୀଙ୍କୁ ଜେରା ହୋଇଥିଲା । ଜେରା ବେଳେ ସେ ସମସ୍ତ ଉତ୍ତର ଦେଇଥିଲେ । ତାଙ୍କ ସହ ଥିଲେ ଓକିଲ  ଯଶଓ୍ବନ୍ତ ଦାସ ।

Leave A Reply

Your email address will not be published.

13 + fourteen =