ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।ଏହି ବିବାହ କୋଲୋକାଡୋର ଆସପେନ ସହରରେ ଅନୁଷ୍ଠିତ ହେବ। ଏହି ବିବାହର ମୂଲ୍ୟ ପ୍ରାୟ ୬୦୦ ନିୟୁତ ଡଲାର (୫୦୯୬କୋଟି ଟଙ୍କା) ହେବ ବୋଲି ଅନୁମାନ କରାଯାଉଛି।ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଜେଫ୍ ବେଜୋସ୍ ଏବଂ ଲରେନ୍ ସାଞ୍ଚେଜଙ୍କ ବିବାହ ଆସନ୍ତା ଶନିବାର ଅନୁଷ୍ଠିତ ହେବ। ତେବେ ବେଜୋସ୍ କିମ୍ବା ସାଞ୍ଚେଜଙ୍କ ପକ୍ଷରୁ ବିବାହ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ ।୨୦୦୫ରେ, ଲୌରେନ ହଲିଉଡ ଏଜେଣ୍ଟ ପାଟ୍ରିକ ୱାଇଟସେଲଙ୍କୁ ବିବାହ କରିଥିଲେ। ୨୦୧୯ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ପାଟ୍ରିକ ସହିତ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ୨୦୧୮ଠାରୁ ଲୌରେନ ଏବଂ ଜେଫ ସମ୍ପର୍କରେ ଅଛନ୍ତି । ୨୦୧୯ମସିହାରେ, ଜେଫ ବେଜୋସ ତାଙ୍କ ସ୍ତ୍ରୀ ମ୍ୟାକେଙ୍କି ସ୍କଟଙ୍କୁ ଛାଡପତ୍ର ଦେଇଥିଲେ। ବେଜୋସଙ୍କର ତିନୋଟି ପୁଅ ଏବଂ ଏକ ପୋଷ୍ୟ କନ୍ୟା ମଧ୍ୟ ଅଛନ୍ତି । ମ୍ୟାକେଙ୍କି ସ୍କଟ ଜଣେ ଶିକ୍ଷକ ଡାନ ଜୁଏଟଙ୍କୁ ମଧ୍ୟ ବିବାହ କରିଛନ୍ତି। ତେବେ ଏହି ଭବ୍ୟ ବିବାହରେ ଅନେକ ହାଇପ୍ରୋଫାଇଲ ସେଲିବ୍ରିଟି ଯୋଗ ଦେବାର ସମ୍ଭାବନା ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ବିବାହରେ ବିଲ୍ ଗେଟ୍ସ, ଲିଓନାର୍ଡୋ ଡିକାପ୍ରିଓ ଏବଂ ଜୋର୍ଡାନର ରାଣୀ ରାନିଆଙ୍କ ଭଳି ସେଲିବ୍ରିଟି ଯୋଗ ଦେଇପାରନ୍ତି ।