ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟର ସମସ୍ତ ଚାଷୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଏହି ଫାର୍ମର ରେଜିଷ୍ଟ୍ରି(ଚାଷୀ ପଞ୍ଜିକା) ପ୍ରସ୍ତୁତ ନିମନ୍ତେ ଜାନୁୟାରୀ ପହିଲାରୁ ପ୍ରତି ପଂଚାୟତରେ କ୍ୟାମ୍ପ(ଶିବିର) ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ଟିକିିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ । ଯାହାମାଧ୍ୟମରେ ଚାଷୀଙ୍କ ଚିହ୍ନଟ ହେବା ସହ ତାଙ୍କୁ ସିଧାସଳଖ ସରକାରଙ୍କ ସବୁ ସୁବିଧା ଓ ଯୋଜନାର ଲାଭ ମିଳିପାରିବ । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ୧୪ ଟିକିିଆ ନମ୍ବର ବିଶିଷ୍ଟ ସ୍ବତନ୍ତ୍ର ଆଇଡି ନମ୍ବର ଓ କାର୍ଡ ମିଳିବ। ଏହାଦ୍ୱାରା ଚାଷୀଙ୍କ ଚିହ୍ନଟ ହେବା ସହ ସେମାନଙ୍କୁ ସିଧାସଳଖ ସରକାରଙ୍କ ସମସ୍ତ ସୁବିଧା ଓ ଯୋଜନାର ଲାଭ ମିଳିପାରିବ। ଚାଷୀ ସହାୟତା ବାଟମାରଣାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପିଏମ୍-କିଷାନ, ପ୍ରଧାନମନ୍ତ୍ରୀ ଫସଲବୀମା, ସିଏମ୍-କିଷାନ, ଫସଲ ଋଣ, ଅନ୍ୟାନ୍ୟ ସମସ୍ତ କୃଷି ସବ୍ସିଡିକୁ ପାରଦର୍ଶିତାର ସହ ପ୍ରଦାନ ନିମନ୍ତେ ଏହି ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।