ୟୁକ୍ରେନର ୯/୧୧ ପରି ଆକ୍ରମଣ,ରୁଷରେ ଶିଶୁ ସମେତ ୬ ମୃତ

ରୁଷ ଉପରେ ୟୁକ୍ରେନର ୯/୧୧ ଭଳି ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି । ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୧୦ ଜଣ ଗୁରୁତର ହୋଇଛନ୍ତି । ରୁଷିଆର କୁର୍ସ୍କ ଅଞ୍ଚଳରେ ଥିବା କାଜାନ  ସହରରେ ଏହି ଆକ୍ରମଣ ହୋଇଛି । ବିଲ୍ଡିଂରୁ ଲୋକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡ୍ରୋନ୍ ଆକ୍ରମଣ ନେଇ ସୂଚନା ଦେଇଛି ମସ୍କୋ ମିଡିଆ । ସୂଚନାନୁଯାୟୀ, ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ଆକ୍ରମଣ ହୋଇଛି ରୁଷ ଉପରେ। ଏହି ଆକ୍ରମଣ କରିଛି ୟୁକ୍ରେନ। ତଫାତ ଏହା ଯେ, ଡବ୍ଲ୍ୟୁଟିସିରେ ଆତଙ୍କବାଦୀ ବିମାନ ଦ୍ଵାରା ଆକ୍ରମଣ କରିଥିବାବେଳେ ଏଠାରେ ୟୁକ୍ରେନ ଡ୍ରୋନକୁ ବ୍ୟବହାର କରିଛି। ତେବେ ଏହି ମାମଲାରେ ରୁଷ ରକ୍ଷା ମନ୍ତ୍ରଣାଳୟ ତରଫରୁ ପ୍ରତିକ୍ରିୟା ମିଳିଛି । ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି । ଡ୍ରୋନ ଆକ୍ରମଣ ଫଳରେ ସେଠିକାର ୩ଟି ସ୍ଥାନରେ ଥିବା ଘରେ ନିଆଁ ଲାଗିଛି । କାଜାନ ସହର ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଛି।, କାରଣ ଚଳିତ ବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ଆକ୍ରମଣକୁ ଆମେରିକାର ୯/୧୧ ଆକ୍ରମଣ ଭଳି ମଧ୍ୟ କୁହାଯାଉଛି।

Leave A Reply

Your email address will not be published.

6 + 3 =