ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌। 

ଭୁବନେଶ୍ୱର(ରାଜ୍ୟକାହାଣୀ) ପଶ୍ଚିମବଙ୍ଗ ପଳାଇଲା ବାଘୁଣୀ ଜୀନତ୍‌। ଏବେ ପଶ୍ଚିମବଙ୍ଗ ବେଲପାହାଡ଼ି ଜଙ୍ଗଲରେ ଜୀନତ୍‌ ବୁଲୁଥିବା ଜଣାପଡ଼ିଛି।ଗତ ୧୦ ତାରିଖ ରାତିରେ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା ବାଘୁଣୀ । ସେଠାରେ ୧୨ ଦିନ ରହିବା ପରେ ଗତକାଲି ରାତିରେ ଝାଡ଼ଖଣ୍ଡ ଛାଡ଼ି ପଶ୍ଚିମବଙ୍ଗକୁ ପଳାଇଛି ମହାରାଷ୍ଟ୍ରର ବାଘୁଣୀ ଜିନ୍ନତ । ଏବେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜଙ୍ଗଲରେ ବୁଲୁଥିବା ଜଣାପଡ଼ିଛି । ସୁରକ୍ଷା ଦାୟିତ୍ୱରେ ଥିବା ସ୍ବତନ୍ତ୍ର ଟିମ୍ ଜିନ୍ନତ୍ ଉପରେ ନଜର ରଖିଛନ୍ତି । |ଜୀନତକୁ କାବୁ କରିବାକୁ ପରବର୍ତ୍ତୀ ପଦକ୍ଷେପ କଣ ନିଆଯିବ ସେହି ଚିନ୍ତାରେ ବନବିଭାଗ । ବାଘୁଣୀ ଭୟରେ ଲୋକେ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। ବାଘୁଣୀ ଚିଆବାନ୍ଧି ଜଙ୍ଗଲରେ ବୁଲୁଥିବାରୁ ସେଠି ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ବାଘୁଣୀକୁ କେମିତି ପୁଣି ଶିମିଳିପାଳ ଅଭୟାରଣ୍ୟକୁ ଫେରାଇ ଆଣିହେବ ସେ ନେଇ ବିଚାର ବିମର୍ଷ ଚାଲିଛି ।

Leave A Reply

Your email address will not be published.

1 × 2 =