ଧାନ ନଷ୍ଟ ହେଲେ ମିଳିବ କ୍ଷତି ପୂରଣ: ସମୟବାୟ ମନ୍ତ୍ରୀ ।

ଭୁବନେଶ୍ୱର(ରାଜ୍ୟକାହାଣୀ) ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ବେହାଲ ହେଲାଣି ସ୍ଥିତି । ବର୍ଷାକୁ ନେଇ ଚିନ୍ତାରେ ଚାଷୀକୂଳ । ଧାନ ବିଲରେ ପଡିଛି ଧାନ ।ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରେ ଧାନର ସୁରକ୍ଷା ପାଇଁ ଜରି ପାଲର ବ୍ୟବସ୍ଥା କରାଯାଇଛି ।

ମଣ୍ଡି ରେ ଧାନ ଓଦା ହେବା ସମ୍ଭାବନା କମ । ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇ ପାରେ ।  ଖରା ଦେଇ ଧାନ ଶୁଖାଇବା ପରେ ପୁଣି ଗ୍ରହଣ କରିବ ସମବାୟ ବିଭାଗ । ମଣ୍ଡି ଫେବୃଆରୀ ଯାଏଁ ଖୋଲା ରହିଛି ବୋଲି ମନ୍ତ୍ରୀ କହିଥିବା ବେଳେ ବର୍ଷା ଛାଡ଼ିଗଲା ପରେ ଯାହା ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.

ten + 14 =