ଭୁବନେଶ୍ୱର(ରାଜ୍ୟକାହାଣୀ) ହାଇକୋର୍ଟରେ ବୈକୁଣ୍ଠ ଧାମ ଆଶ୍ରମ ମାମଲାର ଶୁଣାଣି ହୋଇଛି । ଚିଠି ଯଦି ନକଲି ତେବେ ସତ୍ୟପାଠ ଦିଅ । ଆଶ୍ରମକୁ ମିଳିଥିବା ଅନୁମତି ପତ୍ରର ସତ୍ୟତା ଯାଞ୍ଚ କର । ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଉଚ୍ଛେଦ ରୋକିବା ପାଇଁ ବୈକୁଣ୍ଠ ଧାମ ଆଶ୍ରମ ପକ୍ଷରୁ ଚିଠି ପୂର୍ବରୁ କୋର୍ଟରେ ଦର୍ଶାଯାଇଥିଲା । ଏହି ଆଧାରରେ ଉଚ୍ଛେଦ ଉପରେ କଟକଣା ଲାଗିଥିଲା । ତେବେ ଅନୁମତି ପତ୍ର ନକଲି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ କୋର୍ଟଙ୍କୁ ଜଣାଇବା ପରେ ହାଇକୋର୍ଟ ଏହା ଉପରେ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଉଚ୍ଛେଦ ରୋକିବା ନେଇ ଆଶ୍ରମ ପକ୍ଷରୁ ଦାୟର ହୋଇଛି ମାମଲା । ଉଚ୍ଛେଦ ନିର୍ଦ୍ଦେଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି କୋର୍ଟ । ଆଶ୍ରମ ପାଇଁ ସରକାରୀ ଅନୁମତି ଥିବା ନେଇ ପୂର୍ବରୁ କୋର୍ଟଙ୍କୁ ଜଣାଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୩ ତାରିଖରେ ହେବ ।