ଟୁଇନସିଟିରେ ଗତବର୍ଷ ତୁଳନାରେ ଚଳିତବର୍ଷ ବଢ଼ିଛି ଅପରାଧ

ଭୁବନେଶ୍ୱର(ରାଜ୍ୟକାହାଣୀ) ଟୁଇନ ସିଟିରେ ଅପରାଧ ନିୟନ୍ତ୍ରଣ ନେଇ ସମୀକ୍ଷା କଲେ ପୋଲିସ କମିଶନର । ଗତବର୍ଷ ୨୦୨୩ ରେ ବିଭିନ୍ନ ଥାନାରେ ୧୭ ହଜାର ୬୭୫ କେସ ରୁଜୁ କରାଯାଇଥିଲା । ତେବେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ୨୦ ହଜାର ୧୯ ଟି କେସ ରୁଜୁ ହୋଇଛି । କଟକରେ ମାମଲା ସଂଖ୍ୟା ପ୍ରାୟତଃ ସମାନ ଥିବାବେଳେ ଭୁବନେଶ୍ୱରରେ କେସ ବଢିଛି । କଟକରେ ସ୍ଥିର ରହିଛି ମାମଲା। ହତ୍ୟା, ଦୁଷ୍କର୍ମ, ହିଂସା, ନାରୀ ନିର୍ଯାତନା ଭଳି ମାମଲା ବୃଦ୍ଧି ହୋଇନାହିଁ । ଝଗଡ଼ା, ବିବାଦ କେସ୍ ବଢ଼ିଛି । ଭୁବନେଶ୍ବରରେ ନାରୀ ନିର୍ଯାତନା କମିଛି । ଭୁବନେଶ୍ୱରରେ ଗତବର୍ଷ ନଭେମ୍ବର ସୁଦ୍ଧା ୧୦ ହଜାର ୮୭୩ମାମଲା ହୋଇଥିବାବେଳେ ଚଳିତ ନଭେମ୍ବର ସୁଦ୍ଧା ୧୪, ୪୧୧ମାମଲା ହୋଇଛି। ତେବେ  ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ପ୍ରତି ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର ପାଇଁ କୁହାଯାଇଛି । ଅପରାଧ ରୋକିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ପୋଲିସ କମିଶନର ।

Leave A Reply

Your email address will not be published.

two × 2 =