ଭୁବନେଶ୍ୱର(ରାଜ୍ୟକାହାଣୀ) ବଣ୍ଡାଘାଟିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ଥିତି ପରଖିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । ‘ସୁଭଦ୍ରା’ ଓ ‘ଆବାସ ଯୋଜନା’ ବାବଦରେ ଲୋକଙ୍କୁ ଭେଟିଛନ୍ତି ଉପମୁଖ୍ୟମନ୍ତ୍ରୀ । ‘ସୁଭଦ୍ରା’ରେ ୨୯୩୨ ରିଜେକ୍ଟ ଆବେଦନର ସାନି ବିଚାର ହେବ ବୋଲି ସେ କହିଛନ୍ତି । ସେପଟେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ସ୍ଥଗିତ ରଖିଛନ୍ତି ସରକାର । ଡିସେମ୍ବର ୨୫ ତାରିଖରେ ଏହି ଟଙ୍କା ମିଳିବାର ଥିଲା । ଏବେ ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ଟଙ୍କା କେବେ ମିଳିବ ତାହା ଘୋଷଣା କରିବେ ସରକାର । କେୱାଇସି ଅପଡେଟ୍ ହୋଇନଥିବାରୁ ଅଟକିଛି ଆବେଦନ । ଓଟିପି ଜରିଆରେ କେଓ୍ୱାଇସି କରିଥିଲେ ବାୟୋମେଟ୍ରିକ ଜରିଆରେ କେୱାଇସି କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଜନସେବା କେନ୍ଦ୍ରରେ ଏହି କେୱାଇସି ଯାଞ୍ଚ ହେବ । ଯାଞ୍ଚ ସରିଲେ ଏହି ପର୍ୟ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ।