କଣ୍ଟା ଓ ଅଠା ବିନା ଗୋଟିଏ କାଠରେ ଜଗନ୍ନାଥଙ୍କ ମୂର୍ତ୍ତି 

ଭୁବନେଶ୍ୱର(ରାଜ୍ୟକାହାଣୀ) ଅନେକ ସମୟରେ ଶ୍ରୀଜଗନ୍ନାଥଙ୍କୁ ନେଇ ବିଭିନ୍ନ କଳାକୃତି ଦେଖିବାକୁ ମିଳିଛି  ।ତେବେ ଗୋଟିଏ ମାତ୍ର ନିମ୍ବ କାଠରେ ହୋଇଥିବା ଏହି କଳାକୃତିରେ ଦୁଇ ଦୁଇଟି ରୂପ ଦେଖିବାକୁ ମିଳିଛି । ଏହାକୁ କରି ଦେଖାଇଛନ୍ତି ମହାରଣା ଶିଳ୍ପୀ ନିରାକାର ମହାରଣା ।ଏହି କଳାକୃତି ନିର୍ମାଣ କରିବାକୁ ଦିନେ କି ଦୁଇ ଦିନ ନୁହେଁ ଏହି କଳାକୃତି ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ୫ ବର୍ଷ ସମୟ ଲାଗିଛି । ପ୍ରତିଦିନ ୨ ରୁ ୩ ଘଣ୍ଟା ପରିଶ୍ରମ କରି ସେ ଏହା କରି ଦେଖାଇଛନ୍ତି । ବର୍ତ୍ତମାନ କେବଳ ରଙ୍ଗ ଦେବା କାର୍ଯ୍ୟ ବାକି ରହିଛି । ମୂର୍ତ୍ତିଟି ସମ୍ପୂର୍ଣ୍ଣ ଖୋଲିଗଲେ ଦେବୀ ତଥା ମହାପ୍ରଭୁଙ୍କ ବିଶ୍ଵରୂପ ଓ ଏହାକୁ ପୁନଃ ଏକ କରିଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ । ମୂର୍ତ୍ତି ନିର୍ମାଣରେ ନା କୌଣସି କଣ୍ଟାର ବ୍ୟବହାର କରାଯାଇଛି ନା କୌଣସି ପ୍ରକାର ଅଠା । ଏହାସହ ଯୋଡ଼େଇ ମଧ୍ୟ କରାଯାଇନାହିଁ । ମାତିତୋଟା ସୁଜାତା ନଗର ମଙ୍ଗଳା ମନ୍ଦିର ଭିତରେ ନିର୍ମାଣ ଚାଲିଛି ଏହି ବିସ୍ମୟ ମୂର୍ତ୍ତି । ଗୋଟିଏ ମୂର୍ତ୍ତିର ଏହି ଦୁଇଟି ରୂପ ସତରେ ଅନନ୍ୟ ଓ ଅବିଶ୍ଵସସନୀୟ । ୫ ବର୍ଷ ତଳେ ନିରାକାରଙ୍କ ମନକୁ ଏହି ଭାବନା ଆସିଥିଲା। ଗୋଟିଏ ମାତ୍ର ନିମ୍ବ କାଠ ଆଣି ସେହି ମଙ୍ଗଳା ମନ୍ଦିର ପରିସରରେ ସେ ଏହି ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ ।ନିରକାରଙ୍କ ଇଛା ଯେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗ୍ରହଣ କରି ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପାଇଁ ଏହାକୁ ଗୁଣ୍ଡିଚା ମନ୍ଦିରରେ ରଖନ୍ତୁ । ଏହି ଫ୍ରେମ ଓ ଡିଜାଇନ ସେ ଆଉ କାହା ସହ ଭାବ ବିନିମୟ କରିବେ ନାହିଁ କିମ୍ବା ଦ୍ଵିତୀୟ ଥର ପାଇଁ ଏଭଳି ମୂର୍ତ୍ତି ନିର୍ମାଣ କରିବେ ନାହିଁ ।

Leave A Reply

Your email address will not be published.

fourteen − one =