ପୂର୍ବତନ ସିଡିଏସ୍‌ ବିପିନ ରାୱତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ଖୁଲାସା

ହେଲିକପ୍ଟର ଦୁର୍ଘଟଣାରେ ଚିଫ ଅଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁର ତିନିବର୍ଷ ପରେ ଆସିଛି ତାଙ୍କ ମୃତ୍ୟୁ ପଛର କାରଣ। ଏହି ଦୁର୍ଘଟଣାରେ ଜେନେରାଲ ରବତଙ୍କ ସ୍ତ୍ରୀ ମଧୁଲିକା ରାୱତ ସମେତ 13 ଜଣଙ୍କର ମୃତ୍ୟୁ ଘଟିଥିଲା। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ କୁନୁର ନିକଟରେ ହେଲିକପ୍ଟରଟି ପାହାଡ଼ରେ ପିଟି ହୋଇଯାଇଥିଲା।ତେବେ ବଡ କଥା ହେଉଛି ଏହି ଦୁର୍ଘଟଣା ମାନବିକ ତ୍ରୁଟି ବୋଲି ଜଣାପଡିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସଦୀୟ କମିଟିକୁ କହିଛି ୨୦୧୮ ପରଠାରୁ ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣାର ତଦନ୍ତ କରାଯାଇଛି । ଶୀତକାଳୀନ ଅଧିବେଶନ ସମୟରେ ମଙ୍ଗଳବାର ସଂସଦରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ଏଥିରେ ତ୍ରୟୋଦଶ ପ୍ରତିରକ୍ଷା ଯୋଜନା ସମୟରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ବିବରଣୀ ଦିଆଯାଇଛି । ଏହା ଅନୁଯାୟୀ, ଗତ ୬ ବର୍ଷ ମଧ୍ୟରେ ୩୪ଟି ଦୁର୍ଘଟଣା ଘଟିଛି ।ତେବେ ଅନୁସନ୍ଧାନକାରୀ ଟିମ୍ ଏହାର ପ୍ରାଥମିକ ରିପୋର୍ଟରେ କହିଛନ୍ତି, “ଉପତ୍ୟକାରେ ପାଣିପାଗର ଅପ୍ରତ୍ୟାଶିତ ପରିବର୍ତ୍ତନ ହେତୁ ବାଦଲର ପ୍ରବେଶ ହେତୁ ଏହି ଦୁର୍ଘଟଣା ଘଟିଥିଲା। ଏହାଦ୍ୱାରା ପାଇଲଟ ଦ୍ବନ୍ଦର ସମ୍ମୁଖୀନ ହୋଇଥିଲେ ଏବଂ ହେଲିକପ୍ଟର ଯାଇ ପାହାଡ଼ରେ ପିଟି ହୋଇଥିଲା। “ଦୁର୍ଘଟଣା ହେବାର ସମ୍ଭାବ୍ୟ କାରଣ ଜାଣିବା ପାଇଁ ସମସ୍ତ ଉପଲବ୍ଧ ସାକ୍ଷୀଙ୍କୁ ପ୍ରଶ୍ନ କରିବା ବ୍ୟତୀତ ଫ୍ଲାଇଟ୍ ଡାଟା ରେକର୍ଡର୍ ଏବଂ କକ୍ ପିଟ୍ ଭଏସ୍ ରେକର୍ଡର୍ ବିଶ୍ଳେଷଣ କରିବା ପରେ ଦୁର୍ଘଟଣାର କାରଣ ମିଳିଥିଲା।”

Leave A Reply

Your email address will not be published.

two × 4 =