ସାମ୍ନାକୁ ଆସିଛି ଅତ୍ୟନ୍ତ ଭୟଙ୍କର ଘଟଣା। ଯାହାଙ୍କ ହାତରେ ନିଜ ଝିଅକୁ ସାତ ଜନ୍ମ ପାଇଁ ଟେକି ଦେଇଥିଲେ, ତାଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି ଜଣେ ବ୍ୟକ୍ତି। ମହାରାଷ୍ଟ୍ରର କଲ୍ୟାଣରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମକ୍କା-ମଦିନା ଏବଂ କାଶ୍ମୀର ଯିବା ନେଇ ଜ୍ୱାଇଁ ଏବଂ ଶ୍ୱଶୁରଙ୍କ ମଧ୍ୟରେ ବିବାଦ ଏକ ଗମ୍ଭୀର ରୂପ ନେଇଥିଲାଏହି ଘଟଣାରେ କଲ୍ୟାଣର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଇବାଦ୍ ଫାଲକେ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଇବାଦ୍ ଫାଲକେ କିଛିଦିନ ତଳେ ଜାକି ଖୋଟାଲଙ୍କ ଝିଅକୁ ବିବାହ କରିଥିଲେ।ବାହାଘର ଉଭୟ ପରିବାରର ସହମତିରେ ହୋଇଥିଲା। ସବୁ କିଛି ଠିକ ଠାକ ଚାଲିଥିବା ବେଳେ ନବ ବିବାହିତ ଦମ୍ପତି ହନିମୁନରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଇବାଦ ଅତିକ କଶ୍ମୀରକୁ ବାଛି ଥିଲେ।
ହେଲେ ହନିମୁନ ପାଇଁ କଶ୍ମୀର ଭଳି ସ୍ଥାନକୁ ଅତିକଙ୍କ ଶ୍ୱଶୁର ପସନ୍ଦ କରି ନଥିଲେ। କଶ୍ମୀର ବଦଳରେ ସେ ସେ ଝିଅ-ଜ୍ୱାଇଁଙ୍କୁ ବିଦେଶରେ ଥିବା କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ଏହାକୁ ଅତିକ ଖାତିର କରି ନଥିଲେ। ଏଥିପାଇଁ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।ରାତି ପ୍ରାୟ ୮ଟା ସମୟରେ ଯେତେବେଳେ ଇବାଦ୍ ତାଙ୍କ ଘର ଆଡ଼କୁ ଯାଉଥିଲେ, ଜାକି ଖୋଟାଲ ତାଙ୍କୁ ଅଟକାଇଥିଲେ। ଯୁକ୍ତିତର୍କ ବେଳେ ଜାକି ହଠାତ୍ ତାଙ୍କ ସହିତ ଆଣିଥିବା ଏସିଡ୍ ଫିଙ୍ଗି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବଜାରପେଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜାକି ଖୋଟାଲଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜିବାରେ ବ୍ୟସ୍ତ ଅଛି। ଏସିଡ ମାଡ଼ରେ ଅତିକଙ୍କ ମୁହଁ ଓ ଶରୀରର ପୋଡ଼ି ଯାଇଛି।