ଜଙ୍ଗଲରେ ପରିତ୍ୟକ୍ତ କାରରୁ ମିଳିଲା ୫୨ କିଲୋ ସୁନା, ନଗଦ ୧୦ କୋଟି ଟଙ୍କା

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟକର ବିଭାଗକୁ ବଡ଼ ସଫଳତା ମିଳିଛି । ଆଇଟି ରେଡ୍ ବେଳେ ୫୨ କେଜି ସୁନା ଏବଂ ନଗଦ ୧୦ କୋଟି ଟଙ୍କା ଜବତ ହୋଇଛି । ଜଙ୍ଗଲ ଭିତରେ ପାର୍କ ଥିବା ଏକ କାରରୁ ଏହି ସୁନା ଏବଂ ନଗଦ ରାଶି ଜବତ କରାଯାଇଛି । ଜଙ୍ଗଲରେ ଏକ ପରିତ୍ୟକ୍ତ କାର୍ ଥିବା ନେଇ ସୂଚନା ମିଳିବା ପରେ ରତିବାଡର ମେଣ୍ଡୋରୀ ଜଙ୍ଗଲରେ ଚଢ଼ାଉ ହୋଇଥିବା କହିଛନ୍ତି ଭୋପାଳ ଜୋନ୍ ୧ ଡିସିପି ପ୍ରିୟଙ୍କା ଶୁକ୍ଳା । ସେଠାରେ ପହଞ୍ଚିବା ପରେ କାର୍ ମଧ୍ୟରେ ୭ଟି ବ୍ୟାଗ ଥିବା ଦେଖାଯାଇଥିଲା । ବ୍ୟାଗ ଚେକ୍ କରିବା ପରେ ୫୨ କେଜି ସୁନା ଓ ବଣ୍ଡଲ ବଣ୍ଡଲ ଟଙ୍କା ମିଳିଥିଲା ।ଦୁର୍ନୀତି ଏବଂ ବେଆଇନ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଲୋକାୟୁକ୍ତ ଏବଂ ଆୟକର ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି କ୍ରମରେ ଆୟକର ବିଭାଗ ରାଜ୍ୟର ଅନେକ ସ୍ଥାନରେ ଚଢଉ କରିଛି । ସୂତ୍ର ଅନୁସାରେ ଏହି ମାମଲାରେ କନ୍‌ଷ୍ଟ୍ରକ୍ସନ କମ୍ପାନି ବିରୋଧରେ ଟ୍ୟାକ୍ସ ଚୋରି ଏବଂ ଅନ୍ୟ ବେଆଇନ ଗତିବିଧିରେ ସାମିଲ ଥିବା ଅଭିଯୋଗ ରହିଛି ।ସେପଟେ ମଧ୍ୟପ୍ରଦେଶର ଲୋକାୟୁକ୍ତ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ (SPE) ଗୁରୁବାର ପରିବହନ ବିଭାଗର ଜଣେ ପୂର୍ବତନ କନଷ୍ଟେବଳଙ୍କ ଘରେ ଚଢ଼ାଉ କରି ୨.୮୫ କୋଟି ନଗଦ ଟଙ୍କା ଜବତ କରିଥିଲା ।

Leave A Reply

Your email address will not be published.

6 + 4 =