୧୮ OTT ପ୍ଲାଟଫର୍ମକୁ ବନ୍ଦ କଲେ କେନ୍ଦ୍ର ସରକାର

 ଅଶ୍ଳୀଳ, ଉତ୍ତେଜକ ଏବଂ ଅଶ୍ଳୀଳ ବିଷୟବସ୍ତୁ ଦେଖାଉଥିବା ୧୮ OTT ପ୍ଲାଟଫର୍ମକୁ ବ୍ଲକ୍‌ କରାଯାଇଛି। ୨୦୨୪ର  IT ନିୟମ ଅନୁଯାୟୀ କେନ୍ଦ୍ର ସରକାର ୨୦୨୪ରେ ୧୮ OTT ପ୍ଲାଟଫର୍ମକୁ ବ୍ଲକ୍‌ କରିଛନ୍ତି। ଲୋକସଭାରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ୍ ମୁରୁଗାନ୍ ଏହି ସୂଚନା ଦେଇଛନ୍ତି। ଅନ୍ୟପଟେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଯେଉଁଥିପାଇଁ ଡଚ୍ ଡାଟା ପ୍ରୋଟେକସନ ଅଥରିଟି (ଏପି) ଏହା ଉପରେ ୪.୭୪ ମିଲିୟନ ପାଉଣ୍ଡ ଅର୍ଥାତ ପ୍ରାୟ ୪୨.୩ କୋଟି ଟଙ୍କା ଜୋରିମାନା ଲଗାଇଛି।

ରିପୋର୍ଟ ଅନୁଯାୟୀ, ଡଚ୍ ପ୍ରାଇଭେସି ୱାଚଡଗ୍ ଦାବି କରିଛି ଯେ ୨୦୧୮ରୁ ୨୦୨୦ ମଧ୍ୟରେ ୟୁଜର୍ସ ତଥ୍ୟର  ଗୋପନୀୟତା ସମ୍ବନ୍ଧରେ ନେଟଫ୍ଲିକ୍ସ ଏହାର ଉପଭୋକ୍ତାମାନଙ୍କୁ କିଛି ସ୍ପଷ୍ଟ ଭାବରେ ଜଣାଇ ନଥିଲା। ତେବେ  ଡଚ୍ ଡାଟା ପ୍ରୋଟେକ୍ସନ ଅଥରିଟି କହିଛି ଯେ ୨୦୧୯ର ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ନେଟଫ୍ଲିକ୍ସ ଏହାର ଉପଭୋକ୍ତାମାନଙ୍କ ତଥ୍ୟ  ସହ ପ୍ରକୃତରେ କଣ କରୁଛି ତାହା ପ୍ରାଇଭେସି ଷ୍ଟେଟମେଣ୍ଟରେ ଜଣାଇନଥିଲା। ଯାହାକି ଜେନେରାଲ  ଡାଟା ପ୍ରୋଟେକ୍ସନ ରେଗୁଲେସନ (ଜିଡିପିଆର) ନିୟମ ବିରୋଧ ଅଟେ।ଯେଉଁଥିରେ ଦୋଷୀ ସାବ୍ୟସ୍ତ ହୋଇଛି ନେଟଫ୍ଲିକ୍ସ।

Leave A Reply

Your email address will not be published.

4 × five =