ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । 

ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । ଯାହାର ଓଜନ ପ୍ରାୟ ୩ କ୍ବିଣ୍ଟାଲ ହେବ ବୋଲି ଜଣାପଡ଼ିଛି । ମାଛଟି ୭ ଫୁଟ ଲମ୍ବର ।  ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା। ଦୀଘା ମୁହାଣରେ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଏହି ମାଛଟିକୁ ନିଲାମ କରାଯାଉଥିବାବେଳେ ପଶ୍ଚିମବଙ୍ଗର ଏକ କମ୍ପାନୀ ନେଇଥିବା ଜଣାପଡିିଛି। ଏହି ମାଛ ଔଷଧ ପ୍ରସ୍ତୁତି କାର୍ଯ୍ୟରେ ଲାଗୁଥିବାରୁ ମାଛର ମୂଲ୍ୟ ଅଧିକ ହୋଇଥାଏ ।ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛଟି ଲାଗିଥିବା ବେଳେ ସେମାନଙ୍କୁ କୂଳକୁ ଆସିବା ପାଇଁ ଜୀବନ ମରଣ ସହିତ ସମୁଦ୍ରରେ ସଂଗ୍ରାମ କରିବାକୁ ପଡିଥିଲା ।

Leave A Reply

Your email address will not be published.

twelve + 6 =