କ୍ୟାନସର୍‌ ରୋଗୀଙ୍କ ପାଇଁ ଖୁସି ଖବର: ପ୍ରସ୍ତୁତ ହେଲା କ୍ୟାନ୍‌ସର୍‌ ଟିକା

ସାରା ବିଶ୍ୱକୁ କଲବଲ କରୁଛି କର୍କଟ ଭଳି ଗମ୍ଭୀର ରୋଗ । ଅଧିକାଂଶ ଲୋକ ଏହି ରୋଗରେ ପୀଡିତ । ଏଭଳି ପରିସ୍ଥିତିରେ ଋଷ ଦାବି କରିଛି ଯାହା ସମଗ୍ର ବିଶ୍ୱ ପାଇଁ ଆରାମର ଖବର ଅଟେ । ରୁଷିଆ କହିଛି ଯେ, ଆମେ ଏକ କ୍ୟାନ୍‌ସର୍‌ ଟିକା ପ୍ରସ୍ତୁତ କରିଛୁ, ଯାହା ୨୦୨୫ରୁ ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରେଡିଓଲୋଜି ମେଡିକାଲ ରିସର୍ଚ୍ଚ ସେଣ୍ଟରର ଜେନେରାଲ ଡାଇରେକ୍ଟର ଆଣ୍ଡ୍ରେ କାପ୍ରିନ ରୁଷିଆର ରେଡିଓ ଚ୍ୟାନେଲରେ ଏହି ଟିକା ବିଷୟରେ ସୂଚନା ଦେଇଛନ୍ତି।ମସ୍କୋର ଗାମାଲିଆ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜିର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଜିଣ୍ଟସବର୍ଗ ଏହା ପୂର୍ବରୁ TASS କୁ କହିଥିଲେ ଯେ ଏହି ଟିକା ଟ୍ୟୁମର ବୃଦ୍ଧିକୁ ରୋକିପାରେ ଏବଂ କର୍କଟ ବ୍ୟାପିବାରେ ରୋକିପାରେ । କର୍କଟ ରୋଗକୁ ରୋକିବା ପାଇଁ ସାଧାରଣ ଜନତାଙ୍କୁ ଦିଆଯିବା ପରିବର୍ତ୍ତେ ଏହି ଟିକା କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ । ଏହି ଟିକା ପ୍ରତ୍ୟେକ ପ୍ରକାର କର୍କଟ ରୋଗୀଙ୍କୁ ଦିଆଯାଇପାରେ । 

Leave A Reply

Your email address will not be published.

6 + 8 =