ସନ୍ତାନ ପାଇବା ଆଶାରେ କୁକୁଡା ଚିଆଁକୁ ଗୋଟା ଗିଳିଲେ 

ସନ୍ତାନ ପାଇବା ଆଶାରେ ଯୁବକଙ୍କ ଅଜବ କାଣ୍ଡ । କୁକୁଡା ଚିଆଁକୁ ଗୋଟା ଗିଳିଦେବା ପରେ ଜଣେ ୩୫ ବର୍ଷର ଯୁବକଙ୍କ ଜୀବନ ଯାଇଛି । ତେବେ ସେ କୁକୁଆ ଚିଆଁ ବଞ୍ଚିଯାଇଛି । ସୀମାନ୍ତ ଛତିଶଗଡରେ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସାରା ରାଜ୍ୟ ସହ ପଡୋଶୀ ମାଲାକାନଗିରିରେ ବେଶ ଚର୍ଚ୍ଚା ସାଉଁଟିଛି। ଅମ୍ବିକାପୁର ସ୍ଥିତ ଛିନ୍ଦକାଲ ଗାଁରେ ରହୁଥିବା ଆନନ୍ଦ ଯାଦବ ତାନ୍ତ୍ରିକର ପରାମର୍ଶରେ ଏପରି କାଣ୍ଡ କରିଥିବା ଜଣାପଡିଛି ।

ତାନ୍ତ୍ରିକ ଜଣକ ଆନନ୍ଦକୁ ବିଶ୍ବାସ ଦେଇଥିଲେ ସେ ଏପରି କଲେ ସନ୍ତାନ ସୁଖ ପାଇବେ । ସନ୍ତାନ ଆଶାରେ ଜୀଅନ୍ତା କୁକୁଡା ଚିଆଁକୁ ଗୋଟା ଗିଳିଦେଇଥିବାବେଳେ ତାଙ୍କ ତଣ୍ଟିରେ ଅଟକି ଯାଇଥିଲା । ଆଉ ଅଣନିଶ୍ବାସୀ ହୋଇ ତାଙ୍କ ଜୀବନ ଯାଇଥିବା ଜଣାପଡିଛି । ତେବେ ଆଶ୍ଚର୍ଯ୍ୟ କଥା ହେଉଛି କୁକୁଡା ଚିଆଁଟି ବଞ୍ଚିଯାଇଛି ।ତୁରନ୍ତ ପରିବାର ଲୋକେ ତାକୁ ଅମ୍ବିକାପୁର ମେଡିକାଲ ନେଇଥିଲେ। ପରିବାର ଲୋକେ କହିଥିଲେ ଯେ ସେ ପଡିଯିବାରୁ ତାଂକର ଚେତା ପଳାଇଯାଇଛି। କିନ୍ତୁ ଡାକ୍ତର ତାଂକର ମୃତ୍ୟୁ ଘୋଷଣା କରିବା ସହ ଶବ ବ୍ୟବଛେଦରେ ଗଳାରୁ ଏକ କୁକୁଡାକୁ କାଢିଥିଲେ। ଡାକ୍ତରଙ୍କ କହିବା ହେଲା ଯେ ସେମାନେ ୧୫ ହଜାରରୁ ଉର୍ଦ୍ଧ୍ବ ଶବ ବ୍ୟବଛେଦ କରିଛନ୍ତି। କିନ୍ତୁ ଏଭଳି ବ୍ୟବଛେଦ ପ୍ରଥମ ଥର କରିଛନ୍ତି। ପୋଲିସ ଘଟଣାର ତନାଘନା କରୁଛି ।

Leave A Reply

Your email address will not be published.

one × 1 =