ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ଆଗତ

ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍  । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା  ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି  ।  ତେବେ ଏହି ବିଧେୟକକୁ ସମ୍ବିଧାନର ୧୨୯ ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି । ଖାଲି ସେତିକି ନୁହେଁ, ଏହି ବିଲକୁ ଲୋକସଭାରେ ପାସ୍ କରିବାକୁ ଯଥାସମ୍ଭବ ଚେଷ୍ଟା ଚଳାଇଛି ବିଜେପି, ଖାସ୍ ସେଥିପାଇଁ ଆଜି ବିଜେପିର ସମସ୍ତ ସାଂସଦଙ୍କ ପାଇଁ ଦଳ ହ୍ୱିପ୍ ଜାରି କରିଛି ।ୱାନ୍ ନେସନ୍ ୱାନ୍ ଇଲେକ୍ସନ ବିଲ୍ ପାଇଁ ଭୋଟିଂ ହୋଇଥିଲା । ଭୋଟିଂରେ ବିଲ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ ପଡ଼ିଛି ।  ବିଲ୍କୁ ଭାରତୀୟ ନାଗରିକଙ୍କ ଭୋଟିଂ ଅଧିକାର ଓ ସମ୍ବିଧାନ ବିରୋଧୀ ବୋଲି କହିଛି କଂଗ୍ରେସ ।  ଚର୍ଚ୍ଚା ଆରମ୍ଭରୁ କଂଗ୍ରେସ ଏହାକୁ ବିରୋଧ କରିଥିବା ବେଳେ କଂଗ୍ରେସ ନେତା ମନିଷ ତିୱାରୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ବିଲ୍‌ ସମ୍ବିଧାନର ମୂଳ ଢାଞ୍ଚା ଉପରେ କୁଠାରଘାତ । ଅନ୍ୟପଟେ କଂଗ୍ରେସ ମହାସଚିବ ଜୟରାମ ରମେଶ କହିଛନ୍ତି, ଏହା ସମ୍ବିଧାନ ବଦଳାଇବାର ବିଗୁଲ୍  ।ସେହିପରି ସମାଜବାଦୀ ପାଟ ଏମ୍‌ପି ଧର୍ମେନ୍ଦ୍ର ଯାଦବ କହିଛନ୍ତି ଯେ ଏହି ବିଲ ମୁସଲମାନ ବିରୋଧୀ। ମୁଁ ଏହି ବିଲକୁ ବିରୋଧ କରୁଛି।ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସାମ୍ନାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ଏହାପୂର୍ବରୁ ବୁଧବାର (୧୧ ଡିସେମ୍ବର ୨୦୨୪) କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ‘ୱାନ ନେସନ, ୱାନ ଇଲେକ୍ସନ’ ପାଇଁ ବଡ଼ ଦାବି କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଯୋଗୁ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ ।

Leave A Reply

Your email address will not be published.

sixteen − 2 =