ଭିକାରୀଙ୍କୁ ଭିକ ଦେଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ

ଭାରତର ବିଭିନ୍ନ ସହରର ଅନେକ ସ୍ଥାନରେ ଦିବ୍ୟାଙ୍ଗ ଏବଂ ଯାଯାବରମାନେ ଭିକ୍ଷାବୃତି କରିଥାନ୍ତି। ତେବେ କେତେକ ରାଜ୍ୟରେ ସହର ଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ସହିତ ସହରର ମୁଖ୍ୟସ୍ଥାନ ମାନଙ୍କରେ ଭିକ୍ଷାବୃତି ଉପରେ କଟକଣା ଲଗାଉଛନ୍ତି। ଏପରି ଏକ ଖବର ଆସିଛି ଭାରତର ସବୁଠୁ ପରିସ୍କାର ସହର ଇନ୍ଦୋରରୁ। ଆସନ୍ତା ଜାନୁଆରୀ ୧ରୁ ଭିକାରୀଙ୍କୁ ଭିକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏତଲା ପଞ୍ଜିକରଣ କରିବ ଜିଲାପ୍ରଶାସନ। ଜିଲାପାଳ ଆଶୀଷ ସିଂହ କହିଛନ୍ତି, ଇନ୍ଦୋରରେ ଭିକ୍ଷା ବୃତ୍ତି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରଶାସନ ପୂର୍ବରୁ ନିର୍ଦେଶ ଜାରି କରିଛି।ସହରରେ ଚଳିତ ମାସ ଶେଷ(ଡିସେମ୍ବର) ପର୍ଯ୍ୟନ୍ତ ଭିକ୍ଷା ବୃତ୍ତି ବିରୋଧରେ ଆମର ସଚେତନତା ଅଭିଯାନ ଚାଲିବ। ଜାନୁଆରୀ ୧ରୁ ଯଦି କୌଣସି ବ୍ୟକ୍ତି ଭିକ ଦେଉଥିବାର ଧରାପଡ଼ନ୍ତି, ତେବେ ତାଙ୍କ ବିରୋଧରେ ଏତଲା ମଧ୍ୟ ପଞ୍ଜିକୃତ ହେବ। ମୁଁ ସମସ୍ତ ଇନ୍ଦୋରବାସୀଙ୍କୁ ନିବେଦନ କରୁଛି ଯେ, ଲୋକମାନଙ୍କୁ ଭିକ୍ଷା ଦେଇ ପାପର ଭାଗିଦାରୀ ହୁଅନ୍ତୁ ନାହିଁ।’’ ସେ କହିଛନ୍ତି, ପ୍ରଶାସନ ଗତ କିଛି ମାସ ମଧ୍ୟରେ ଲୋକଙ୍କୁ ଭିକ ମାଗିବାକୁ ବାଧ୍ୟ କରୁଥିବା ଏକାଧିକ ଗୋଷ୍ଠୀର ପର୍ଦାଫାଶ କରିଛି ଏବଂ ଭିକ ମାଗୁଥିବା ଅନେକ ଲୋକଙ୍କୁ ଥଇଥାନ ମଧ୍ୟ କରାଯାଇଛି।

Leave A Reply

Your email address will not be published.

12 + ten =