ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ ବୃଦ୍ଧି ହେଲା  

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

କେମିତି କରିବେ ଅନ୍‌ଲାଇନ ଆଧାର ଅପଡେଟ୍?

ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍, myaadhaar.uidai.gov.in କୁ ଯାଇ ଏହାର ଡାହାଣ ପଟରେ ଥିବା ଲଗ୍ ଇନ ଉପରେ କ୍ଲିକ୍ କରନ୍ତୁ।

ଏହାପରେ ଆଧାର ନମ୍ବର, କ୍ୟାପଚା ଏବଂ OTP ବ୍ୟବହାର କରି ଲଗ୍ ଇନ୍ କରନ୍ତୁ।

ବର୍ତ୍ତମାନ ଡକ୍ୟୁମେଣ୍ଟ୍ ଅପଡେଟ୍ ବିଭାଗକୁ ଯାଆନ୍ତୁ ଏବଂ ପ୍ରଦତ୍ତ ବିବରଣୀଗୁଡିକ ଯାଞ୍ଚ କରନ୍ତୁ। 

ଡ୍ରପ୍ ଡାଉନ୍ ତାଲିକାରୁ ଉପଯୁକ୍ତ ଡକ୍ୟୁମେଣ୍ଟ୍ ପ୍ରକାର ଚୟନ କରନ୍ତୁ ଏବଂ ବୈଧତା ପାଇଁ ମୂଳ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ।

ସର୍ଭିସ୍ ରିକୁଏଷ୍ଟ ନମ୍ବରକୁ ନୋଟ୍ କରିବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କର ଆଧାର ଅପଡେଟ୍ ଅନୁରୋଧ ପ୍ରକ୍ରିୟାକରଣ ପାଇଁ ପଦକ୍ଷେପଗୁଡ଼ିକୁ ଟ୍ରାକ୍ କରିବାରେ ସାହାଯ୍ୟ କରିବ।

Leave A Reply

Your email address will not be published.

6 + fifteen =