ବିଗିଡିଲା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା

ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି କାରଣରୁ ତାଙ୍କୁ ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଆଡଭାନୀଙ୍କ ଚିକିତ୍ସା କରୁଛନ୍ତି । ସୂଚନା ଅନୁଯାୟୀ, ଗତ ଦୁଇ ସପ୍ତାହ ହେଲା ତାଙ୍କ ଦେହ ସେତେଟା ଠିକ୍ ନଥିଲା । ଆଜି ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।  ଲାଲକୃଷ୍ଣ ଆଡଭାନୀଙ୍କୁ ୯୭ ବର୍ଷ ବୟସ। ତାଙ୍କୁ ଗତ ୪-୫ ମାସ ମଧ୍ୟରେ ଅନେକ ଥର ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ମାସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ୯୧୨୭ ମସିହାରେ କରାଚୀରେ ହୋଇଥିଲା । ଆଡଭାନୀ ୧୯୪୨ ମହିସାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହିତ ଯୋଡ଼ି ହୋଇଥିଲେ । ପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ  ।  ୧୯୮୬ରୁ ୧୯୯୦ ପର୍ଯ୍ୟନ୍ତ, ୧୯୯୩ରୁ ୧୯୯୮ ଏବଂ ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ଲାଲକୃଷ୍ଣ ଆଡଭାନୀ ଭାରତୀୟ ଜନତା ପାର୍ଟିର ସବୁଠାରୁ ଲମ୍ବା ସମୟ ଧରି ରହିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସେ ୧୯୯୯ରୁ ୨୦୦୫ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଏବଂ ଉପ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । 

Leave A Reply

Your email address will not be published.

one × 3 =