ସମ୍ଭଲର ଏକ ଶିବ-ହନୁମାନ ମନ୍ଦିରର କବାଟ ୪୬ ବର୍ଷ ପରେ ଖୋଲାଯାଇଛି ।

୪୬  ବର୍ଷ ପରେ ଖୋଲିଲା ମନ୍ଦିର । ଉତ୍ତରପ୍ରଦେଶ ସମ୍ଭଲର ଏକ ଶିବ-ହନୁମାନ ମନ୍ଦିରର କବାଟ ୪୬ ବର୍ଷ ପରେ ଖୋଲାଯାଇଛି । ଏହି ମନ୍ଦିରରେ ବର୍ଷ ବର୍ଷ ଧରି  ପୂଜାର୍ଚ୍ଚନା କରାଯାଇନି । କୁହାଯାଏ ଯେ, ସାମ୍ପ୍ରଦାୟିକ କାରଣ ଯୋଗୁଁ ଶିବ-ହନୁମାନ ମନ୍ଦିରର କବାଟ ବନ୍ଦ କରି ଦିଆଯାଇଥିଲା । ୪୬ ବର୍ଷ ପରେ ପ୍ରଶାସନ ତରଫରୁ ଖୋଲାଯାଇଛି ମନ୍ଦିର ।ଯେତେବେଳେ ପୁଲିସ କର୍ମଚାରୀମାନେ ମନ୍ଦିରର ଭିତର ସଫା କରିଥିଲେ, ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିର ନଖାସା ଥାନା ଅଞ୍ଚଳର ଖଗୁ ସରାଇ ଅଞ୍ଚଳରେ ରହିଛି। ଜଣେ ପୂଜକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ପୂଜା କରିବା ପାଇଁ କାହାର ସାହସ ନଥିଲା। ପୂଜକମାନେ ନିଜ ନିଜର ଘର ବିକ୍ରି କରି ମନ୍ଦିର ବନ୍ଦ କରି ଚାଲିଯାଇଥିଲେ। ପୂର୍ବରୁ ଜଣେ ପୂଜକ ଏହି ମନ୍ଦିରରେ ରହୁଥିଲେ, କିନ୍ତୁ ଭୟରେ ସେ ମଧ୍ୟ ମନ୍ଦିର ଏବଂ ଅଞ୍ଚଳ ଛାଡି ଚାଲିଯାଇଥିଲେ।

ଅନ୍ୟପଟେ ପୁଲିସ ଅଧିକ୍ଷକ କୃଷ୍ଣ କୁମାର କହିଛନ୍ତି ଯେ ଶନିବାର ସକାଳେ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବାବେଳେ ବେଆଇନ ବିଦ୍ୟୁତ ସଂଯୋଗ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଜଣାପଡିଥିଲା। ଯେତେବେଳେ ବିଦ୍ୟୁତ୍ ବିଭାଗ ଯାଞ୍ଚ କଲେ, ସେଠାରେ ଶତାଧିକ ବେଆଇନ ସଂଯୋଗ ଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ଚାରୋଟି ମସଜିଦରୁ ବିଭିନ୍ନ ପ୍ରକାରର ତାର ବାହାରିଛି। ଏଠାରେ ଏକ ପାୱାର ହାଉସ୍ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ବୋଲି ଜଣାପଡ଼ିଛି। କୁହାଯାଏ ଯେ ଏଠାରେ ହିନ୍ଦୁଙ୍କ ସଂଖ୍ୟା କମ୍ ହେବା କାରଣରୁ ବାକି ଥିବା ଲୋକେ ମାନେ ଏହି ସ୍ଥାନ ଛାଡି ଚାଲିଯାଇଥିଲେ । ତେବେ ଆଜି ବିଦ୍ୟୁତ୍‌ ଯାଞ୍ଚ ସମୟରେ ପ୍ରଶାସନର ନଜର ପଡିଥିଲା ଏହି ମନ୍ଦିର ଉପର । ମନ୍ଦିରର କବାଟ ଖୋଲିବା ପରେ ପୋଲିସ୍‌ ଅଧିକାରୀମାନଙ୍କ ଦ୍ବାରା ମନ୍ଦିର ଭିତର ସଫାସଫି କରାଯାଥିଲା । ସଫା କରିବା ସମୟରେ ଦେଖିବାକୁ ମିଳିଥିଲା ଯେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ସେଠାରେ ଉପସ୍ଥିତ ରହିଛି ।  

Leave A Reply

Your email address will not be published.

4 × 2 =