ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଆଗରୁ ପୁଲିସ ଜାଣିଥିଲା କିନ୍ତୁ ..

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ସେଇ ଡିସେମ୍ବର ୪ର ସତ ଘଟଣା ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ସାଉଥ ସୁପରଷ୍ଟାରଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଏକ ବଡ ସତ ସାମ୍ନାକୁ ଆସିଛି ।ହାଇଦ୍ରାବାଦର ଯେଉଁ ସନ୍ଧ୍ୟା ଥିଏଟରରେ ଦଳଚକଟା ଘଟଣାରେ ପୁଷ୍ପାରାଜଙ୍କୁ ଗିରଫ କରାଯାଇଥିଲା, ସେହି ଥିଏଟରର ମ୍ୟାନେଜମେଣ୍ଟ ଦାବି କରିଛି ଯେ ପୁଷ୍ପା-୨ର ପ୍ରିମିୟର ସ୍କ୍ରିନିଂ ପାଇଁ ଅଭିନେତା ଆସିବାର ଦୁଇ ଦିନ ପୂର୍ବରୁ ସେମାନେ ସୁରକ୍ଷା ପାଇଁ ପୁଲିସକୁ ସୂଚନା ଦେଇଥିଲେ।ଏନେଇ ହାଇଦ୍ରାବାଦ ପୁଲିସ କହିଛି, ସଂଦ୍ୟା ଥିଏଟରରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପହଞ୍ଚିବା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ପୁଲିସର ଏହି ବୟାନ ପରେ ସଂଧ୍ୟା ଥିଏଟରର ପରିଚାଳକ ଏକ ଚିଠି ସାମ୍ନାକୁ ଆଣିଛନ୍ତି। ଯେଉଁଥିରେ ଅଲ୍ଲୁ ଅର୍ଜୁନ ଥିଏଟରରେ ପହଞ୍ଚିବା ସମ୍ପର୍କରେ ପୋଲିସକୁ ସୂଚିତ କରିଥିବା ଉଲ୍ଲେଖ ରହିଛି। ଏହି ଚିଠି ସାମ୍ନାକୁ ଆସିବା ପରେ ହାଇଦ୍ରାବାଦ ପୋଲିସକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଏସବୁ ଖବର ଭିତରେ ଅଲ୍ଲୁ ଅର୍ଜୁନଙ୍କ ‘ଲୋକ ସଂପର୍କ ଟିମ୍’ ଦାବି କରିଛି ଯେ ମୃତ ମହିଳାଙ୍କ ସ୍ବାମୀ ମାମଲା ପ୍ରତ୍ୟାହାର କରିଛନ୍ତି।

Leave A Reply

Your email address will not be published.

seventeen − four =