ଅମ୍ବାନୀ ପରିବାର ୯୯.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବିଶ୍ୱର ୮ମ ଧନୀ ପରିବାର

ୱାଲ୍‌ମାର୍ଟର ପ୍ରତିଷ୍ଠାତା ୱାଲ୍‌ମାର୍ଟ ୱାଲଟନ୍‌ଙ୍କ ପରିବାର ହେଉଛି ବିଶ୍ବର ସବୁଠୁ ବଡ଼ ଧନୀ ପରିବାର। ସେମାନଙ୍କ ପାଖରେ ୪୩୨.୪ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ୱାଲ୍‌ଟନ୍ ପରିବାରର ସମ୍ପତ୍ତି ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ସମ୍ପତ୍ତିଠାରୁ ବି ଅଧିକ ବୋଲି ବ୍ଲୁମ୍‌ବର୍ଗ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି। ଏହି ତାଲିକାରେ ଭାରତରୁ ମୁକେଶ ଅମ୍ବାନିଙ୍କ ପରିବାର ଓ ସାପୁରଜୀ ପାଲୋଞ୍ଜି ଗ୍ରୁପ୍‌ର ମିସ୍ତ୍ରୀ ପରିବାର ନାମ ରହିଛି।  ମୁକେଶ ଅମ୍ବାନୀଙ୍କ ଅମ୍ବାନୀ ପରିବାର ୯୯.୬ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହ ବିଶ୍ୱର ୮ମ ଧନୀ ପରିବାର ଭାବେ ସ୍ବୀକୃତି ଲାଭ କରିଛନ୍ତି। ସେହିଭଳି ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ପ୍ରତିଷ୍ଠାନ ସାପୁରଜିପାଲନଜି ଗ୍ରୁପ୍‌ର ମାଲିକ ତଥା ମିସ୍ତ୍ରୀ ପରିବାର ୪୧.୪ ବିଲିୟନ ଡଲାର ସହ ତାଲିକାର ୨୩ତମ ସ୍ଥାନରେ ରହିଛନ୍ତି।ବିଶ୍ବର ଦ୍ବିତୀୟ ବଡ଼ ଧନୀ ପରିବାର ହେଉଛି ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ)ର ଅଲ୍‌ ନାହ୍ୟାନ୍ ପରିବାର। ସେମାନଙ୍କ ପାଖରେ ୩୨୩.୯ ବିଲିଅନ୍ ଡଲାର ସମ୍ପତ୍ତି ରହିଛି। ଆବୁଧାବିର ଶାସକ ଓ ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଶେଖ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ହେଉଛନ୍ତି ପରିବାରର ମୁଖ୍ୟ। ତାଲିକାର ତୃତୀୟ ସ୍ଥାନରେ ରହିଛି କତର୍‌ର ଅଲ୍‌ ଥାନି ପରିବାର। ସେମାନଙ୍କ ସମ୍ପତ୍ତି ୧୭୨.୯ ବିଲିଅନ୍ ଡଲାର ରହିଛି।

Leave A Reply

Your email address will not be published.

3 + 15 =