ଭୁବନେଶ୍ୱର(ରାଜ୍ୟକାହାଣୀ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ଆରମ୍ଭ ହୋଇଛି ଜର୍ମାନ ଟେକ୍ନୋଲୋଜିରେ ଭାରତର ପ୍ରଥମ ପିଚୁ ରାସ୍ତା । ଜିଓ ସିନ୍ଥେଟିକ ମାଧ୍ୟମରେ କାମାକ୍ଷାନଗର ଇଲେକ୍ଟ୍ରିକ ଅଫିସ ଛକ ଠାରୁ ଗୁଣ୍ଡିଚାନାଳୀ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧୨ ଶହ ମିଟର ରାସ୍ତାର ଟ୍ରାଏଲ ବେସିସରେ କାର୍ଯ୍ୟ ଆରମ୍ଭ ହୋଇଛି ।ସାରା ଦେଶରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଏହି ରାସ୍ତା । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତାରେ ପ୍ରଥମକରି ସିନ୍ଥେଠିକ ବିଛାଯାଇ ତାହା ଉପରେ ପିଚୁ ପକାଇ ରାସ୍ତା ନିର୍ମାଣ କରାଯାଉଛି । ରାସ୍ତାର ସ୍ଥାୟୀତ୍ୱ ବୃଦ୍ଧି ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହୋଇପାରିବ । ଓଡ଼ିଶା ସରକାରଙ୍କ ପୂର୍ତ୍ତ ବିଭାଗ ଅଧୀନରେ ସିଗନାଏନେଟେକ କନଷ୍ଟ୍ରକସନ ସହଯୋଗରେ ୭୦୦ ମିଟରର ଏହି ସିନ୍ଥେଠିକ ରାସ୍ତା ନିର୍ମାଣ କରାଯାଉଛି । ଆଗାମୀ ଦିନରେ ଏହି ଜିଓ ସିନ୍ଥେଟିକ ଟେକ୍ନୋଲୋଜି ବ୍ୟବହାର କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଛନ୍ତି । ୮ କୋଟି ଟଙ୍କା ବ୍ୟୟରେ ଏହି ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ମିଳିଛି ।