ଭୁବନେଶ୍ୱର(ରାଜ୍ୟକାହାଣୀ) ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରୟ ବଡ଼ ଘୋଷଣା କରିଛନ୍ତି। ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ରାଜ୍ୟ ସରକାର ଏକ ପ୍ଲାନେଟାରିୟମ୍ ସ୍ଥାପନ କରିବେ। ସେହିପରି ୬ କୋଟି ଟଙ୍କାରେ ସାଇନ୍ସ ପାର୍କ ନିର୍ମିତ ହେବାକୁ ଯାଉଛି।ପୂର୍ବରୁ ଘୋଷଣା ହୋଇ ସାରିଛି ପଠାଣି ସାମନ୍ତଙ୍କ ଜନ୍ମ ସ୍ଥାନରେ ୬ କୋଟି ଟଙ୍କାରେ ନିର୍ମିତ ହେବାକୁ ଯାଉଛି ସାଇନ୍ସ ପାର୍କ । ଆଷ୍ଟ୍ରୋ ଫିଜିକ୍ସ ଓ ଆଷ୍ଟ୍ରୋନୋମି ସେଣ୍ଟର ହେବ । ରାଜ୍ୟରେ ତିଆରି ହେବ ମ୍ୟାଥମେଟିକ୍ ବିଶ୍ଵ ବିଦ୍ୟାଳୟ । ଏସମ୍ପର୍କରେ ସାଧାରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।