ଭୁବନେଶ୍ୱର(ରାଜ୍ୟକାହାଣୀ) କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପାତିଗୁଡା ଗାଁ ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମିଳିମିଳା ବ୍ୟାପିଥିବା ଖବର ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହାର ଅନୁଧ୍ୟାନ କରିଛନ୍ତି । କନ୍ଧମାଳ ଓ ଗଞ୍ଜାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, କନ୍ଧମାଳ ରାଇକିଆରେ 30 ଜଣ ମିଳିମିଳା ରୋଗୀ ଥିଲେ । ସମସ୍ତେ ଭଲ ଅଛନ୍ତି । ପ୍ରାୟ ସୁସ୍ଥ ହୋଇଗଲେଣି । 5 ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି ।ସଂକ୍ରମଣ ରୋକିବାକୁ ସେ ଅଞ୍ଚଳରେ କଣ୍ଟେନମେଣ୍ଟ ହୋଇଛି । ପୁରୀ ଜିଲ୍ଲାରେ ମିଳିମିଳା ମାମଲା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଏହାର ଅନୁଧ୍ୟାନ କରାଯାଉଛି। ସାରା ରାଜ୍ୟ ଉପରେ ଏନେଇ ନଜର ରଖାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।