ଅତି ପ୍ରିୟ ଓ ପରିଚିତ ପ୍ରାର୍ଥନାକୁ କଦର୍ଥ କରି ସାଂସଦ ମୁନ୍ନା ଖାଁ ଅଡ଼ୁଆରେ

ଭୁବନେଶ୍ୱର(ରାଜ୍ୟକାହାଣୀ) ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ମୁନ୍ନା ଖାଁଙ୍କ ନାଁରେ ଏତଲା ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା ତଥା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଛନ୍ତି, ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ମଣ୍ଡେଇ ଉତ୍ସବ ଅବସରରେ କବିଙ୍କୁ ତାତ୍ସଲ୍ୟ କରିଛନ୍ତି। ଏଥିସହ ତାଙ୍କ ଦ୍ୱାରା ରଚିତ ଆହେ ଦୟା ମୟ ବିଶ୍ୱବିହାରୀ ପ୍ରାର୍ଥନାର କଦର୍ଥ ବାଖ୍ୟା କରିଛନ୍ତି। ଏହାଦ୍ୱାରା ରାମକୃଷ୍ଣ ନନ୍ଦଙ୍କ ପରିବାର ତଥା ପ୍ରାର୍ଥନା ପ୍ରେମୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।ନବରଙ୍ଗପୁର ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ‘ମଣ୍ଡେଇ’ରେ ଯୋଗ ଦେଇଥିଲେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ।

ସ୍କୁଲର ପ୍ରାର୍ଥନା ସଙ୍ଗୀତ ଥିବା ‘ଆହେ ଦୟାମୟ ବିଶ୍ୱ ବିହାରୀ’ର ପଂକ୍ତି ‘ମୋର ଧନ ଜନ ଲୋଡ଼ା ନାହିଁ ହେ’ କୁ ବିକୃତ କରି ଆକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ମୁନ୍ନା ଖାଁ କହିଥିଲେ, ଆହେ ଦୟାମୟ ବିଶ୍ୱ ବିହାରୀରେ ‘ମୋର ଧନ ଜନ ଲୋଡ଼ା ନାହିଁ ହେ’ ବୋଲି ଅଛି । ହେଲେ ଧନ ତ ଆବଶ୍ୟକ । ଯାହା ପାଖରେ ଧନ ନାହିଁ ସେମାନେ ଆଜି ଦୁଃଖ ସହ ଆର୍ଥିକ ଅନଟନର ଶିକାର ହେଉଛନ୍ତି l

Leave A Reply

Your email address will not be published.

two × two =