ବସୁନ୍ଧରା ଜମି ବିକ୍ରି ହୋଇ ପାରିବନି: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର(ରାଜ୍ୟକାହାଣୀ) ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ  ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ଅଛି। ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ଥିଲା।  କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି। ସେହିପରି କିଛି ଗରୀବ ଶ୍ରେଣୀଙ୍କ ୪ ଡିସିମିଲରୁ କମ୍ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ସେମାନଙ୍କୁ ସମାନ ପରିମାଣର ଜମି ଯୋଗାଇ ଦିଆଯିବ ।  ଏଥିପାଇଁ ସେମାନେ ନିଜ ଜମିକୁ ସରକାରଙ୍କୁ ଫେରାଇବେ ।  ତାପରେ ସେମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଜମି ଯୋଗାଇ ଦେବେ ସରକାର । ଖଣ୍ଡଗିରି ସବ୍ ରେଜିଷ୍ଟ୍ରୀ ଅଫିସର ମହିଳା କିରାଣି ଲାଞ୍ଚ ନେବା ଘଟଣାରେ ତଦନ୍ତ ଚାଲିଛି। ଯେଉଁମାନେ ମନ୍ଦ ଉଦ୍ଦେଶ୍ଯ ରଖି ପାର୍ଟ ପ୍ଲଟ ପଞ୍ଜିକରଣ କରିଥିବେ ସେମାନେ ଆଶା ଠାରୁ ବି ଅଧିକ ଦଣ୍ଡ ପାଇବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.

3 × 1 =