କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; ହଠାତ୍‌ ମୃତ୍ୟୁ ପାଇଁ ଦାୟୀ ନୁହେଁ କରୋନା ଟିକା

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ,  ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା ।  ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଦେଶରେ କରୋନା ମହାମାରୀ ଆସିବା ପରେ ଏଥରୁ ବର୍ତ୍ତିବା ପାଇଁ ଲୋକେ ଟିକା ନେଇଥିଲେ । ଏହାପରେ ଦେଶରେ ଆକସ୍ମିକ ମୃତ୍ୟୁ ହାର ବୃଦ୍ଧି ପାଇଥିଲା ।  କୋଭିଡ ଟିକା ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଆକସ୍ମିକ ମୃତ୍ୟୁ ହେବାର ଆଶଙ୍କା ବଢିନି ବରଂ ଏହି ବିପଦ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସ୍ପଷ୍ଟିକରଣ ରଖିଛନ୍ତି । କିନ୍ତୁ ଆଇସିଏମଆର ଷ୍ଟଡି ରିପୋର୍ଟ ଅନୁଯାୟୀ,  ଅକ୍ଟୋବର ୨୦୨୧ରୁ ମାର୍ଚ୍ଚ ୨୦୨୩ ମଧ୍ୟରେ ୧୮ରୁ ୪୫ ବର୍ଷିୟ ଲୋକଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହୋଇଥିଲା। ଏଭଳି ୭୨୯ ଲୋକଙ୍କ ହଠାତ୍ ମୃତ୍ୟୁ ପରେ କୋଭିଡ ଟିକା ଉପରେ ପ୍ରଶ୍ନ ଉଠିଥିଲା । କିନ୍ତୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୟାନ ପରେ ଏହି ଆଶଙ୍କା ଦୂର ହୋଇଛି।କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ଭ୍ୟାକ୍‌ସିନ୍‌ର ସାଇଡ୍‌ ଇଫେକ୍ଟକୁ ଟ୍ରାକ୍‌ କରିବା ପାଇଁ ‘ଆଡଭାନ୍ସ ଇଭେଣ୍ଟ ଫଲୋଇଂ ଇମ୍ୟୁନାଇଜେସନ’ (AEFI) ନାମକ ଏକ ଦୃଢ଼ ସର୍ଭେଲେନ୍ସ ସିଷ୍ଟମ ତିଆରି କରାଯାଇଥିଲା। ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ଆନାଫାଇଲକ୍ସିସ୍ କିଟ୍ ଉପଲବ୍ଧ କରାଯାଏ ଏବଂ ଟିକାକରଣ ପରେ ବ୍ୟକ୍ତିଙ୍କୁ ବାଧ୍ୟତାମୂଳକ ଭାବେ ୩୦ ମିନିଟ୍ ପର୍ଯ୍ୟନ୍ତ ନଜରରେ ରଖାଯାଏ।

AEFI ବିଷୟରେ ସଚେତନତା ସୃଷ୍ଟି କରିବାକୁ ନାଡ୍ଡା କହିଛନ୍ତି ଯେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ସହ ଜଡିତ ମାମଲାଗୁଡ଼ିକର ରିପୋର୍ଟ ବୃଦ୍ଧି ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସଚେତନତା ପ୍ରସାର ପାଇଁ ସରକାର ସୋଶାଲ ମିଡିଆର ମଧ୍ୟ ବ୍ୟବହାର କରୁଛନ୍ତି।

Leave A Reply

Your email address will not be published.

20 − eight =